ଶତୃଘ୍ନ ଭୁତିଆଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିସରରେ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶତୃଘ୍ନ ଭୁତିଆଙ୍କ ୮୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ୱର୍ଗତ  ଭୂତିଆ ଥିଲେ ଜଣେ ନୀର୍ଲିପ୍ତ, ନିର୍ବିକାର, ସ୍ୱାଭିମାନୀ, ଆଦର୍ଶ ଶିକ୍ଷକ, କବି  ଓ ପ୍ରାବନ୍ଧିକ ତଥା ସମୟକୁ ପରଖି ଥିବା ମଣିଷଟିଏ ବୋଲି ସଭାପତି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ମୁଖ୍ୟ ବକ୍ତା ରୂପେ ଆଡଭୋକେଟ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ପୂଜ୍ୟ ଶିକ୍ଷକଙ୍କ ସାହିତ୍ୟ କୃତି ତଥା ଜୀବନୀ ସମ୍ୱନ୍ଧରେ ଉଦବୋଧନ ଦେଇଥିଲେ । ସ୍ୱର୍ଗତଃ ଭୂତିଅଆଙ୍କ ଜ୍ୟେଷ୍ଠା କନ୍ୟା ଜ୍ୟୋସ୍ନା ଭୁତିଆ ପିତା ସ୍ୱର୍ଗତ ଭୁତିଆଙ୍କ ଆଦର୍ଶତା ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କବିତା ପାଠ କରାଯାଇଥିଲା । ସୁକାନ୍ତି ସାହୁ ଓ ବୈଜୟନ୍ତୀ ପଟ୍ଟନାୟକ କବିତା ସଂଯୋଜନା କରିବା ସହିତ ଭୁତିଆ ସାରଙ୍କ ନାତୁଣୀ ଶ୍ରଦ୍ଧା ସମର୍ପିତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ହୃଦାନନ୍ଦ ଦ୍ୱିବେଦୀ ସଂଯୋଜନା କରିଥିବାବେଳେ ପରିଚାଳନା ସମ୍ପାଦକ ଅଞ୍ଜନ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।