ମହିଳାଙ୍କୁ ମିଳୁନି ବୀମାଟଙ୍କା
ହିନେ୍ଦାଳ : ନାମ ଭୁଲପାଇଁ ବୀମାଟଙ୍କା ପାଇବାରୁ ବଞ୍ଚିତ ହେଲେ ହିନେ୍ଦାଳରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ଜୈନିକ ମହିଳା । ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୁଳ ଶାସନ ଅଞ୍ଚଳର ଶ୍ରୀକାନ୍ତ ସାହୁଙ୍କ ପନôୀ ଭାରତୀ ସାହୁ (୪୧) ଆଜକୁ ପ୍ରାୟ ୧୬ ବର୍ଷ ତଳେ ଏଲଆଇସି ନମ୍ବର ୫୮୭୨୦୧୧୫୨ ପଲିସି କରିଥିଲେ । ମାତ୍ର ଆଧାର ନାମ ଭାରତୀ ସାହୁ ବଦଳରେ ଡାକନାମ ପ୍ରତିଭା ସାହୁ ଲେଖି ପଲିସିରେ ରହିଯିବାରୁ ସେଥିପାଇଁ ଭାରତୀ ଏକ କୋର୍ଟ ଅଫିଡେଭିଟି ନମ୍ବର ୭୨୪/୧୯-୯-୨୦୨୪ ମଧ୍ୟ କରିଥିଲେ କି ତାଙ୍କ ନାମ ସବୁକ୍ଷେତ୍ରରେ ସବୁ କାଗଜାତ ପଲିସି ସହ ପ୍ରତିଭା ବଦଳରେ ଭାରତୀ ସାହୁ ବୋଲି ଜଣାଯିବ । ତେବେ ନାମ ଭୁଲ ଥିବାରୁ ସେ ବୀମା ଟଙ୍କା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଭାରତୀ ସାହୁ କିଭଳି ନିଜ ବୀମା ଟଙ୍କା ପାଇପାରିବେ ସେଥିପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବାପାଇଁ ପରିବାର ବର୍ଗ ଦାବି କରିଛନ୍ତି ।