୩ ଛାତ୍ରଛାତ୍ରୀଙ୍କ ବାସନ୍ତୀ-ହେମନ୍ତ ବୃତ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସୁପ୍ରତିଷ୍ଟିତ ଶିକ୍ଷାନୁଷ୍ଠାନ ଏସଭିଏମ ଜୁନିୟର କଲେଜର +୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ୨୦୨୪ ଟପ୍ପର ୪ ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ବାସନ୍ତୀ-ହେମନ୍ତ ସ୍ମାରକୀ ବୃତ୍ତି । କଲେଜର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ ଚେକ ଆକାରରେ ଏହି ବୃତ୍ତି ଅର୍ଥ ସହିତ ଟ୍ରଫି ଏବଂ ପ୍ରମାଣ ପତ୍ର ଟପ୍ପର ମାନଙ୍କୁ ପ୍ରଦାନ କରିଥିଲେ । ଏହି ବୃତ୍ତି ପାଇଥିବା ଛାତ୍ରଛାତ୍ରୀମାନେ ହେଲେ +୨ କଳାର ଟପ୍ପର ଦେବସ୍ମିତା ମଲ୍ଲିକ, +୨ ବିଜ୍ଞାନର ଯୁଗ୍ମ ଟପ୍ପର ଆକାଶ ମିଶ୍ର ଓ ତୁଳସୀ ମଞ୍ଜରୀ ନାୟକ ଏବଂ +୨ ବାଣିଜ୍ୟର ଟପ୍ପର ପ୍ରଦୋଷ କୁମାର ବିଶ୍ୱାଳ । ଏଠାରେ ସୂଚନାଯୋଗ୍ୟ ଯେ ଜଗତସିଂହପୁର ସଦର ମହକୁମାରେ କାର୍ଯ୍ୟରତ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ତାଙ୍କ ପିତାମାତାଙ୍କ ସ୍ମୃତିରେ ଗତ ୨୦୨୩ ମସିହାରେ ଏସଭିଏମ କଲେଜକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥ ରାଶିର ସୁଧ ଟଙ୍କାରେ ଗତବର୍ଷ ଠାରୁ ଏହି ବୃତ୍ତି ପ୍ରଦାନ କରାଯାଇ ଆସୁଛି ।