ଜିଲ୍ଲା ମହୋସବ କଲ୍ଲୋଳର ଚତୁର୍ଥ ସନ୍ଧ୍ୟା ଜାଭେଦ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ
ଜଗତସିଂହପୁର : ଜିଲ୍ଲା ମହୋସôବ କଲ୍ଲୋଳର ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ, ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତ । ଜିଲ୍ଲାରେ ପାରାଦ୍ୱୀପ ବନ୍ଦର ହେଉଛି ପୂର୍ବୋଦୟର ବିକାଶ ବୋଲି ସେ କହିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ସୁଦର୍ଶନ ଗୋପୀନାଥ ଯାଦବ, ବନଖଣ୍ଡ ଅଧିକାରୀ, (ଲୁଣା ଜଙ୍ଗଲ) ବନଜୀବ, ବନଖଣ୍ଡ, ରାଜନଗର, ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଜେ ସୋନାଲ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ପ୍ରମୁଖ ମଞ୍ଚାସିନ ରହି ଜଗତସିଂହପୁର ଜିଲ୍ଲାର ଗୌରବମୟ ଇତିହାସ ସାଙ୍ଗକୁ କଲ୍ଲୋଳର ମହତ୍ତ୍ୱ ପ୍ରତିପାଦିତ କରିଥିଲେ । ସଭାରେ ସହାୟକ ଜିଲ୍ଲାପାଳ କଳ୍ପିତା କୁମାରୀ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ସୀମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଆଜିର ଆକର୍ଷଣ ଥିଲେ ବଲିଉଡ୍ ସୁପର ଷ୍ଟାର ସିଙ୍ଗର ଜାଭେଦ ଅଲ୍ଲୀ । ବହୁ ଚର୍ଚ୍ଚିତ ପୁଷ୍ପା ସିନେମାର ଶ୍ରିବଲ୍ଲି ଠାରୁ ଆରମ୍ଭ କରି ଫିଲିଂସ, ଗୁଜାରିସ ଆଦି ଗୀତର ତାଳେ ତାଳେ ଝୁମି ଉଠିଥିଲେ କଲ୍ଲୋଳର ଦର୍ଶକ ।