ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ବିଞ୍ଝାରପୁର : ବରପଦା ଦୁର୍ଯେ୍ୟାଧନ ନୋଡାଲ ଉ:ପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭିମନୁ୍ୟ ସାହୁ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି । ଏହି ଅବସରରେ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭାର ଆୟୋଜନ ସହ ବିଦ୍ୟାଳୟର ଏକ ନୂତନ ଶ୍ରେଣୀଗୃହ ଉଦଘାଟନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ନୂତନ ଶ୍ରେଣୀଗୃହ ଉଦଘାଟନ କରିବା ସହ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ଳକ୍ ଅଧକ୍ଷା ରଞ୍ଜିତା କୁମାରୀ ଦାସ, ସରପଂଚ ହରପ୍ରିୟା ମଲ୍ଳିକ, ସମିତିସଭ୍ୟ ସଞ୍ଜୟ ମଲ୍ଲିକ, ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା, ଅନ୍ନଦା ସାମଲ, ନିରୋଦ କୁମାର୍ ମଲ୍ଲିକ, ମହେଶ୍ୱର ଦାସ, ଅକ୍ଷୟ କୁମାର ମଲ୍ଲିକ, ଏନ୍ପିଏସ ସଂଘ ସଭାପତି ରଞ୍ଜନ ଧଳ, ଦିଲୀପ ସାମଲଙ୍କ ସମେତ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ,ବର୍ତମାନର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଭିମନୁ୍ୟ ସାହୁଙ୍କୁ ଏକ ଶୋଭାଯାତ୍ରାରେ ନେଇ ବାସଭବନରେ ଛାଡ଼ିଥିଲେ ।