ଜିଲ୍ଲା ଯାଦବ ସଂଗଠନର ମହାସଭା ଅନୁଷ୍ଠିତ
ପାଣିକୋଇଲି : ଯାଜପୁର ଜିଲାର ପାଖା ପାଖି ୩୦ପଞ୍ଚାୟତରୁ ଊର୍ଦ୍ଧ ଯାଦବ ସଙ୍ଗଠନର ଯାଦବଭାଇମାନଙ୍କୁ ନେଇ ମହା ସମ୍ମିଳନୀ ପାଣିକୋଇଲି ସଠିପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାର ନୂତନ ସଭାପତି ଭାବରେ ରାମଚନ୍ଦ୍ର ବେହେରା ମନୋନୀତ ହୋଇଥିବା ବେଳେ ନିର୍ମଳ ଚନ୍ଦ୍ର ପତି କାର୍ଯ୍ୟକାରୀ ସଭାପତି, ମନୋଜ କୁମାର ଦାସ ସାଧାରଣ ସଂପାଦକ, ପ୍ରସନ୍ନ କୁମାର ବେହେରା ଯୁବ ଜିଲା ସଭାପତି, ସେହ୍ନଲତା ବାରିକ ମହିଳା ଜିଲା ସଭାନେତ୍ରୀ ଭାବେ ଚୟନ ହୋଇଥିଲେ । ଯାଜପୁର ବ୍ଳକର ସୁରେନ୍ଦ୍ର କୁମାର ନାୟକ, ବିଞ୍ଝାରପୁର ବ୍ଳକର ଶିଶିର କୁମାର ଦା. ଦଶରଥପୁର ବ୍ଳକର ବିନୋଦ କୁମାର ବେହେରା ସଭାପତି ମନୋନୀତ ହୋଇଥିଲେ । ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଭାବରେ ଧନେଶ୍ୱର ଦାସ, କୁଳମଣି ଦାସ, ବାସୁଦେବ ପଲାର, ନିତ୍ୟାନନ୍ଦ ବେହେରା, ରବିନ୍ଦ୍ର ବାରିକ, ପରମାନନ୍ଦ ନାୟକ, ବିପିନି ବିହାରୀ ଦାସ ଚୟନ ହୋଇଥିଲେ । ସମସ୍ତଙ୍କ ଅନୁମତି କ୍ରମେ ପରିଚାଳନା କମିଟିର ଦାୟିତ୍ୱ କୁନା ମହି ନିର୍ବାହ କରିଥିବା ବେଳେ ସଭା ପରିଚାଳନା ଦାୟିତ୍ୱ ନିର୍ବାହ କରି ସଭାକୁ ଆମନ୍ତ୍ରଣ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ସଭାର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟର ଆଲୋଚନା କରିଥିଲେ । ଆଜିର ଯୁଗରେ ନୂତନ କାର୍ଯ୍ୟଧାରା ସହିତ ଗରିବ ଅସହାୟ ପାରିବାର ବର୍ଗ ଓ ଆପାତ କାଳୀନ ପରିସ୍ଥିତିରେ ଏହି ସଂଘ ଲୋକ ମାନଙ୍କ ବିପଦ ଆପଦରେ ଛିଡ଼ା ହେବ ବୋଲି ସଂଘ ପକ୍ଷରୁ ପ୍ରକାଶ କରିଥିଲେ ।