ପ୍ରକୃତିର ଅସ୍ତିତ୍ୱ ଖୋଜୁଛି ବାଈ ଚଢେଇ; ଇଲେକ୍ଟ୍ରି ଖୁଣ୍ଟ ସାହା
ଯାଜପୁର ସଦର : ବିଚିତ୍ର ଏ ସୃଷ୍ଟି । ସତେ ଯେମିତି ସମସ୍ତେ ସମସ୍ତଙ୍କ ପରିପୂରକ । ଭଗବାନ ବାଇ ଚଢେଇକୁ ମଧ୍ୟ ସୁନ୍ଦର ଭାବରେ ଗଢ଼ିଛନ୍ତି । ହେଲେ ଆଜି ପ୍ରକୃତିର ଅସ୍ତିତ୍ୱ ଖୋଜୁଛି ବାଈ ଚଢେଇ । ଅଦୃଶ୍ୟ ପଥରେ ବାଇଆ ବସା ସୃଷ୍ଟିରେ ପକ୍ଷୀ ବି ସାଜିପାରେ ଧୂରିଣ ଶିଳ୍ପୀ । କିଚିରି ମିଚିରିରେ ଗାଇପାରେ ଅଦ୍ଭୁତ ସଙ୍ଗିତ । ଗାଁ ଜୀବନ ସହ ଘନିଷ୍ଟ ଭାବେ ଜଡିତ ବାଇ ଚଢେଇ । ବନ୍ୟା ଆସୁକି ବର୍ଷା, ଇଶ୍ୱର ତାଙ୍କୁ ଏମିତି କଳା ଦେଇଛନ୍ତି ଯେ ବାଇ ଚଢେଇର ବସା ସେମିତି ଦୋହଲୁଥିବ । ନଡ଼ିଆ, ତାଳ ଓ ଖଜୁରୀ ଗଛ ଥିବ, ଆଉ ବାଇ ଚଢେଇ ବସା ନଥିବ । ଏମିତି କଣ କେବେ ହୋଇପାରେ ।
ସମୟ ଚକ୍ରରେ ବହୁ ପରିବର୍ତ୍ତନ ହୋଇଛି ସତ, ବାଇ ଚଢେଇ ପ୍ରତି ଆଦର କିନ୍ତୁ ସେମିତି ରହିଛି । ପୂର୍ବରୁ ଏହି ବାଇ ଚଢେଇଙ୍କ କିଚିରି ମିଚିରି ଶୁଣି ଶୁଣି ବାଟୋଇଙ୍କ ବାଟ କଟିଯାଏ । ତେବେ କିଏ ଦେଖୁଲେ ଇଶ୍ୱରଙ୍କ ସୃଷ୍ଟିକୁ ପ୍ରସଂଶା କରିବାକୁଇଚ୍ଛା ହୁଏ । ବର୍ଷା ଦିନର ମେ’ ମାସରୁ ସେପ୍େଟମ୍ବର ମାସରେ ବସା ବାନ୍ଧିବା ସମୟ । ଏହି ସମୟରେ ବାଇ ଚଢେଇଙ୍କୁ ଅଧୂକ ଦେଖୁବାକୁ ମିଳେ । ଗାଁର ନଡିଆ, ତାଳ ଓ ଖଜୁରୀ ଗଛରେ ବସା ବାନ୍ଧି ରହିଥାନ୍ତି । ଯାଜପୁର ସହର ସହିତ ବ୍ଲକର ଅନେକ ଗାଁ ଜଙ୍ଗଲକୁ ଲାଗି ରହିଥିବାବେଳେ, ପୂର୍ବ କାଳରେ ଗାଁରେ ଅଧିକ ସଂଖ୍ୟକ ଗଛ ଥିବାବେଳେ ଏହି ପକ୍ଷୀଙ୍କୁ ଅଧିକାଂଶ ଦେଖୁବାକୁ ମିଳୁଥିଲା । ଏବେ କିନ୍ତୁ ସମୟ ବଦଳିଛି । ଜଙ୍ଗଳ ସବୁ ଧୂରେ ଧୂରେ କମିବାକୁ ବସିଲାଣୀ । ଗାଁ ଏବେ ସହର ମୁହାଁ ହେବାରେ ଲାଗିଛି । କଂକ୍ରିଟ ଜଙ୍ଗଲର ଗହଳି ଭିତରେ ଆଉ ସେତେ ନଡ଼ିଆ, ତାଳ ଓ ଖଜୁରୀ ଗଛ ମଧ୍ୟ ନାହିଁ । ଜନ ସଂଖ୍ୟା ବୃଦ୍ଧି ସହ ରୀତି ମତ ବଦଳୁ ଥିବାରୁ ପୃଥିବୀରେ ଆଜି ଅସ୍ତିତ୍ୱ ଖୋଜୁଛି ବାଇ ଚଢ଼େଇ । ଏବେ ସହର ମଧ୍ୟରେ ଥିବା ବିଭିନ୍ନ ଉଚ୍ଚ ଇଲେକ୍ଟ୍ରି ଖୁଂଟ ମାନଙ୍କରେ ବାଇ ଚଢେଇ ମାନେ ବସା ବାନ୍ଧିଥିବା ଦେଖିବାକୁ ମିଳେ । ପ୍ରକୃତି ପ୍ରେମୀ ଓ ସାଧାରଣ ଲୋକ ଜଙ୍ଗଲ ଧିରେ ଧିରେ ସୃଷ୍ଟି କରିବା ଆରମ୍ଭ କରିବା ପାଇଁ ଆଗେଇ ଆସିଲେ ପୁଣି ସବୁ ଆଡେ ଝୁଲନ୍ତା ବାଇ ଚଢେଇ ବସା ବାନ୍ଧୁଥିବା ଦେଖିବାକୁ ମିଳିବ ।