ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉଠାଦୋକାନୀ 

 ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଶ୍ରୀକ୍ଷେତ୍ରକୁ ଦୈନିକ ପର୍ଯ୍ୟଟକ ତୀର୍ଥଯାତ୍ରୀଙ୍କ ଆଗମନ ଆଶାତିତ ଭାବେ ବୃଦ୍ଦିପାଇଛି । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ଉଠାଦୋକାନୀଙ୍କୁ ଥଇଥାନ କରିବା ଦାବିରେ ୭୭ଦିନ ଧରି ଧାରଣା ଦେବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଉଚ୍ଚନ୍ୟାୟାଳୟରେ ମାମଲା ଦାୟାର କରାଯିବା ସହ ଉଠାଦୋକାନୀଙ୍କୁ ପୁନଃ ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜିଲ୍ଲାପାଳଙ୍କ ଅଧୀନସ୍ଥ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ଶରତ ରାୟଗୁରୁ ପ୍ରମୁଖ ପ୍ରତିବାଦ ସଭାରେ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିବା ସହିତ ଆଗାମୀ ଦିବରେ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଛନ୍ତି । ଅପର ପକ୍ଷରେ, ଅତିରିକ୍ତ ଜିଲ୍ଲାପାଳ ଶରତ ମହାପାତ୍ର କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଦୋକାନୀମାନଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପ ଗ୍ରହଣ କରାଯାଇଥିଲା ତଦନୁଯାୟୀ କାର୍ଯ୍ୟ କରାଯାଉଛି । ୧୨୦୮ ଉଠାଦୋକାନୀଙ୍କ ମଧ୍ୟରୁ ୬୮୨ ଜଣଙ୍କୁ କ୍ଷତିପୂରଣ ମିଳିସାରିଛି । ଅନ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବ । ଏତଦ୍ବ୍ୟତିତ ଅନ୍ୟ କୌଣସି ଅଭିଯୋଗ ଥିଲେ ତାହା ମଧ୍ୟ ବିଚାରକୁ ନିଆଯିବ ।