ରାଷ୍ଟ୍ରୀୟ ଅଧିବେଶନକୁ ନେଇ ବୈଠକ

 ନବରଙ୍ଗପୁର : ନବରଙ୍ଗପୁର ସହର ନିକଟସ୍ଥ ନୀଳକଣ୍ଠଗୁଡା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘର ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଜିଲା ସଭାପତି ବାଙ୍କାବିହାରୀ ବିଷୋୟୀ ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି  ଯୋଗେଶ୍ୱର ଦାସ, ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ଜିଲା ଉପଦେଷ୍ଠା ପରମେଶ୍ୱର ବିଷୋୟୀ, ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ସଂଘର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଜିଲା ସଭାନେତ୍ରୀ କବିତା ସ୍ୱାଇଁ ଯୋଗ ଦେଇଥିଲେ  । ଏଥିରେ ଆଗାମୀ ଦିନରେ  ରାଷ୍ଟ୍ରୀୟ ଅଧିବେଶନ  ପୁରୀ ଠାରେ ଫେବୃଆରୀ ୭ ଓ ୮ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଓ ଭାରତୀୟ ମଜଦୁର ସଂଘର ସତୁରି ବର୍ଷ ପୂର୍ତ୍ତୀ ଅବସରରେ କିଭଳି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା  । ଆଗାମୀ ଦିନରେ ଜିଲାରେ ଭାରତୀୟ ମଜଦୁର ସଂଘକୁ ବ୍ଲକ,ପଞ୍ଚାୟତ ସ୍ତରକୁ ନେଇ କିଭଳି ସଂଗଠନକୁ ବିସ୍ତାର ଓ ମଜଭୂତ କରାଯିବ ସେନେଇ ଆଲୋଚନା ହୋଇଥିଲା  । ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକକୁ  ବ୍ଲକ,ଜିଲା ଓ ରାଜ୍ୟସ୍ତରରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତୀ ନିଆଯାଇଥିଲା  ।