୧୬୦ହିତାଧିକାରୀଙ୍କୁ ସିକିମ ପଟ୍ଟା ବଣ୍ଟନ
ାା ପ୍ରଭାନୁ୍ୟଜ ।ାବାଙ୍କୀ: ବାଙ୍କୀ ତହସିଲରେ ୧୬୦ଜଣ ହିତାଧିକାରୀଙ୍କୁ ସିକିମ ପଟ୍ଟା ବଣ୍ଟନ କରାଯାଇଛି । ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କରି ·ଷ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅଧିକ ଫସଲ ଉତ୍ପାଦନ କରିପାରିବେ ବୋଲି କହିଥିଲେ । ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି, ବାଙ୍କୀ ତହସିଲ୍ଦାର୍ ଅଶେଷ କୁମାର ନାୟକ, ଅତିରିକ୍ତ ତହସିଲଦାର ପୁନମ୍ ପ୍ରିୟଦର୍ଶିନୀ ଉପସ୍ଥିତ ରହି ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ । ସେକ୍ସନ୍ ଅଫିସର ଗିରିଜା ଶଙ୍କର ସିଂହ ଓ ନାଜିର୍ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିକିମ୍ ସତ୍ତ୍ୱ ଉଚ୍ଛେଦ ହେବା ପରେ ସିକିମ୍ ସତ୍ତ୍ୱ ଖାତାରେ ଥିବା ଚାଷୀମାନଙ୍କୁ ରୟତ ପଟ୍ଟା ବଣ୍ଟନ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ସିକିମ୍ ପ୍ରଜାମାନେ ୧ଡିସିମିଲ୍ ଜମିପାଇଁ ୧୪୨ଟଙ୍କା ଜମିଦାରମାନଙ୍କୁ କ୍ଷତିପୂରଣ ପୈଠ କରିଥିବା ତହସିଲ୍ ପକ୍ଷରୁ କୁହାଯାଇଛି ।