ଜିଲ୍ଲାରେ ବିକ୍ରି ହେଉଛି ଉନ୍ନୟନ କାର୍ଯ୍ୟର ଠିକା : ବିଧାୟକ

 ଦେବଗଡ :  ଶିଳ୍ପବିହୀନ ଦେବଗଡ ଜିଲ୍ଲାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କିନ୍ତୁ ଘରୋଇ ନିଯୁକ୍ତି ଦାତାଙ୍କ ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ କିଛି ଗୋଷ୍ଠୀ ନେତାଙ୍କ ପ୍ରଭାବର ପ୍ରଲୋଭନ ଦେଖାଇ ନିରୀହ ଯୁବଗୋଷ୍ଠୀ ଠାରୁ ଅର୍ଥ ସଂଗ୍ରହ କରୁଥିବା ନେଇ ଆଜି ସଂଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଅଭିଯୋଗ କରିଛନ୍ତି । ଏହାସହିତ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟଗୁଡିକୁ ଠିକା ନାମରେ ବିକ୍ରି କରାଯାଉଛି । ଠିକା ବିକ୍ରି କାରଣରୁ ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେଉଥିବା ଏବଂ ନିର୍ଦ୍ଧିଷ୍ଟ କେତେକ ବ୍ୟକ୍ତି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟର ସରକାରୀ ମଞ୍ଜୁରୀ ପରେ ଠିକା କାର୍ଯ୍ୟ ବିକ୍ରିକୁ ରୋଜଗାରର ମାଧ୍ୟମ କରିଥିବା ସହ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ଭାବେ ୬ ଟି ବାଲି ସୈରାତ ରହିଥିବା ବେଳେ ସରକାରଙ୍କ ଭୁଲ ନିୟମ ପାଇଁ ଜିଲ୍ଲାରେ ବାଲି ଚୋରି ହେଉଥିବା ବେଳେ ଏନେଇ ବିଧାୟକ ଶ୍ରୀ ବିଶ୍ୱାଳ ଖଣି ନିଦେ୍ର୍ଦଶକଙ୍କ ଠାରୁ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଇ ବାଲି ଚୋରୀକୁ ପ୍ରୋକ୍ଷୟଜ୍ଞାହନ ଦେଉଥିବା ବିଧାୟକ ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଜିଲ୍ଲାର ପ୍ରଗତି କ୍ଷେତ୍ରରେ ଦୃଷ୍ଟି ନ ଦେଲେ ବିଜେଡି ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଚନ୍ଦ୍ରଶେଖର ଭୁକ୍ତା, ମନୋଜ ପ୍ରଧାନ, ଯୁବ ବିଜେଡି ସଭାପତି ପ୍ରତାପ ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ରୂପକ ମାଝୀ, ସଂଜୀବ ନାଏକ, ମାନସ ପ୍ରଧାନ ଉପସ୍ଥିତ ଥିଲେ ।