ହୁଣ୍ଡିବାକ୍ସ ଭାଙ୍ଗି ଲୁଟ୍
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ସମ୍ମୁଖ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଗତ ଶନିବାର ରାତ୍ରରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ବଜାର କେନ୍ଦ୍ରସ୍ଥଳୀ କାଳୀଛକରୁ ହାଇଲେବୁଲ କେନାଲ ରାସ୍ତା ଓ ୧୬ ଜାତୀୟ ରାଜପଥ ପାଶ୍ୱର୍ ନେଙ୍କୁଡିଶୁଣୀ ଠାକୁରାଣୀ ମନ୍ଦିର ନିକଟରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ହୁଣ୍ଡିବାକ୍ସକୁ ଦୁର୍ବୁତ୍ତମାନେ ଟେକି ନେଇ ମନ୍ଦିର ପଛପାଖରେ ଚାବି ଭାଙ୍ଗି ଲୁଟି କରିଛନ୍ତି ବୋଲି ମନ୍ଦିର ପୂଜକ ମାର୍କଣ୍ଡ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ସକାଳେ ମନ୍ଦିରକୁ ଆସି ଚୋରି ହୋଇଥିବା ପୂଜକ ଜାଣିଥିଲେ । ସଂପୃକ୍ତ ହୁଣ୍ଡିବାକ୍ସରେ ଆନୁମାନିକ ୫୦ ହଜାର ଟଙ୍କା ଥିଲା ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିବା ଜଣାଯାଇଛି । ହୁଣ୍ଡିବାକ୍ସ ପାଖରେ ଚାବି ଭଙ୍ଗା କାତି ପଡିଥିବା ଜଣାପଡିଥିଲା । ହୁଣ୍ଡିବାକ୍ସ ମନ୍ଦିର ବାରଣ୍ଡାରେ ଥିଲା । ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏଥିନେଇ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି । ମୋବାଇଲ ଦୋକାନ ଚୋରି ପର ରାତ୍ରରେ ଥାନା ସମ୍ମୁଖରୁ ଆଉ ଗୋଟିଏ ଲୁଟ୍ ପୁଲିସ ପ୍ରତି ଆହ୍ୱାନ ସୃଷ୍ଟି କରିଛି ।