ଶୈଶବ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

 ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ମେୱା କନଫରେନ୍ସ ହଲଠାରେ ମାସୁମ ଗ୍ରୁପ, ଟିକିଏ ହସ ଫାଉଣ୍ଡେସନ ଓ ମେୱାର ମିଳିତ ପ୍ରୟାସରେ ଶୈଶବ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ରସୁଲପୁର ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ, ସହ-ଶିକ୍ଷାଧିକାରୀ ଡ. ପ୍ରଭଞ୍ଜନ ପତି, ବ୍ରହ୍ମବରଦା ଥାନା ଏସ୍ଆଇ ସୁଶାନ୍ତ ସେଠୀ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ଶ୍ରମିକ ନେତା ପ୍ରଦୀପ ଦାସ, ବ୍ଲକ କ୍ଷେତ୍ର ପରିଦର୍ଶୀକା ମୀନାକ୍ଷୀ ଦାସ, ସିଆରସିସି ବିଜୟ ଦାସ, ଟିକିଏ ହସ ଫାଉଣ୍ଡେସନର ବିଶ୍ୱଜିତ ମାଝୀ, ବିଜୟ ଦାସ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଶିଶୁଶ୍ରମିକ ଓ ବାଲ୍ୟବିବାହ ମୂଳୋତ୍ପାଟନ କରିବା ସହ ଡ୍ରପଆଉଟ ହ୍ରାସ କରିବା ପାଇଁ ଆହ୍ୱାନ ଦେଇଥିଲେ ।  କାର୍ଯ୍ୟକ୍ରମରେ ରସୁଲପୁର ବ୍ରହ୍ମବରଦା ସେକ୍ଟର ବ୍ରହ୍ମବରଦା, ମହେଶ୍ୱରପୁର ପଞ୍ଚାୟତର ୧୮ଟି ଅଙ୍ଗନବାଡି କର୍ମୀ, ସଖୀସହେଲୀ, ସଖାବନ୍ଧୁ ସମେତ ଅନେକ ସାମାଜିକ କର୍ମୀ ଯୋଗଦାନ କରିଥିଲେ । ସାମାଜିକ କର୍ମୀ ଜାବେଦ ଖାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୁଲଫୁକାର ଅଲ୍ଲୀ ଖାଁ, ଅବଦୁଲ ରସିଦ ଖାନ, ଅକ୍ତର ହୁସେନ ଖାନ, ଅବଦୁଲ ଖଲିଲ ଖାନ, ଅନୱାର ଖାନ, ମୁକ୍ତାର ଖାନ ଓ ଅମୁଲ୍ୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ମେୱାର ସମ୍ପାଦକ ଅବଦୁସ ସକୁର ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।