ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଉଦ୍ୟାପିତ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ସିଙ୍ଗିଲ ଓ ଡବଲ୍ସ  ବ୍ୟାଡମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ ହୋଇଛି । ଉଦ୍ଘାଟନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ ଇଂ ସୌମ୍ୟ କିଶୋର ଜୟପୁରିଆ ଓ ଅନ୍ୟତମ ଅତିଥିଭାବେ  ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସମାରୋହରେ ଜିଲ୍ଲା ବ୍ୟାଡ୍ମିଣ୍ଟନ ଆସୋସିଏସନର ସଭାପତି ସନ୍ତୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସୁଦୀପ୍ତ ବିଶୋଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏଥିରେ ୧୫ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ ବର୍ଗରେ ଉଭୟ ମହିଳା ଓ ପୁରୁଷ ଜିଲ୍ଲାରୁ ମୋଟ ୬୦ ଜଣ ଖେଳାଳି ଭାଗ ନେଇଥିଲେ । ବରିଷ୍ଠ ବର୍ଗରେ ତୁଷାରକାନ୍ତ ନିଆଲ ଓ ରୁଦ୍ର ସାହୁ ଚାମ୍ପିଅନ ହୋଇଥିବା ବେଳେ ୧୫ବର୍ଷରୁ ବର୍ଗରେ ଅସ୍ମିତ ସାହୁ ଓ ମୋହିତ ଜୈନ ଏବଂ ୧୯ ବର୍ଷରୁ କମ ବର୍ଗରେ ତୁଷାର ଓ  ମନିଷ ସେଠୀ ଚାମ୍ପିଅନ ହୋଇଛନ୍ତି । 
ଉଦ୍ୟାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଡ. ସରୋଜ ପଣ୍ଡା, ପ୍ରସନ୍ନ ମାହାନା, ସାମ୍ବାଦିକ କୁନୁ କରୁଆଁ, ନନ୍ଦଲାଲ ଅଗ୍ରୱାଲ, ବନବିହାରୀ ବେହେରାଙ୍କ ସମେତ ଅନ୍ୟମାନେ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।