ଜିଲ୍ଲାସ୍ତରୀୟ ଲୋକ ଅଦାଲତ
ଭଦ୍ରକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶ କ୍ରମେ ପ୍ରଥମ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଭଦ୍ରକ ଜÿିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜÿିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ପୁଣ୍ୟଶ୍ଲୋକ ରଥ ଏହି ଲୋକଅଦାଲତକୁ ପରିଚାଳନା କରିଥିଲେ । ମୋଟ ୩୯,୦୩,୬୮୧ ଟଙ୍କାରେ ୧୫ ଟି ମୋକଦ୍ଦମାର ଆପୋଷ ସମଧାନ ହୋଇଥିଲା । ଏହି ଲୋକ ଅଦାଲତରେ ୧୫ ଟି ଚେକ୍ବାଉନ୍ସ, ପୁନଃରୁଦ୍ଧାର ମାମଲା ଗୁଡ଼ିକ ଆପୋଷ ବୁଝା ମଣା ମାଧ୍ୟମରେ ସମାଧାନ କରାଯାଇ ଅଛି ।