ମଧୁବାବୁ ସେବା ସଂଗଠନର ସମ୍ବର୍ଦ୍ଧନା ସଭା

 ସାଲେପୁର: ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ମଧୁବାବୁ ସେବା ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଏବଂ ‘ସ୍ୱପ୍ନ ମଧୁମାଟିର ଲକ୍ଷ୍ୟ ମଧୁମାଟି ବିକାଶର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମଧୁମାଟି ସେବା ସଂଗଠନର ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଅକ୍ଷୟ କୁମାର ଦାଶ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ମନୋଜ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶାରଦା ପଣ୍ଡା, ହୃଷିକେଶ ମଲ୍ଲିକ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଗୀତିକାର ସମରେନ୍ଦ୍ର ଆଚାର୍ଯ୍ୟ, ଟାଙ୍ଗୀ ସ୍ୱାଭିମାନ ସେବା ସଂଘ ଅଧ୍ୟକ୍ଷ ଦୁଷ୍ମନ୍ତ ସାହୁ, ଶିକ୍ଷକ ସୁଧିର କୁମାର ପ୍ରଧାନ, ଦୁଃଖିଶ୍ୟାମ ବୃଦ୍ଧାଶ୍ରମର ଅଧ୍ୟକ୍ଷ ଅଜୟ କୁମାର ଜେନା, ମଧୁସୂଦନ ସାଂସ୍କୃତିକ ପରିଷଦର ସଂଗ୍ରାମ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଇଂ.ସନ୍ତୋଷ କୁମାର ସ୍ୱାଇଁ, ଦୁଃଖିଶ୍ୟାମ ସେବା ସଂଗଠନର ବହୁ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।