ଦେବେନ୍ଦ୍ର ମହାପାତ୍ରଙ୍କ ଜୟନ୍ତୀ
ସାଲେପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ ସହ ପ୍ରାନ୍ତ କାର୍ଯ୍ୟବାହା ଓ ଓଡ଼ିଶା ବିଜେପିର ମୁଖ୍ୟ ବିନ୍ଧାଣୀ ପ୍ରଥମ ସାଧାରଣ ସମ୍ପାଦକ ସ୍ୱର୍ଗତ ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ୮୩ତମ ଜୟନ୍ତୀ ଅଟଳ ସେନା ଓଡିଶା ପକ୍ଷରୁ ପାଳିତ ହୋଇଯାଇଛି । ଅଟଳ ସେନାର ରାଜ୍ୟ ଅଧ୍ୟକ୍ଷ ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ସ୍ଥାନୀୟ ମଧୁ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଗୋଲଖ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦେବେନ୍ଦ୍ର ମହାପାତ୍ର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ଓଡ଼ିଶା ରାଜ୍ୟରେ ସଫଳ ହୋଇଛି । ମୁଖ୍ୟ ବକ୍ତା ଭାବେ ସଂଗଠକ ଭକ୍ତବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ଆଇନ୍ଜିବୀ ସେବି ମହାନ୍ତି, ଅଟଳ ସେନା ଚିନ୍ତନ ପରିସଦର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ମହାପାତ୍ର ଅତିଥିରୂପେ ଯେଗଦେଇ ସ୍ୱର୍ଗତ ଦେବେନ୍ଦ୍ର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।