ଜିଲ୍ଲାସ୍ତରୀୟ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର 

ନୂଆପଡ଼ା : ନୂଆପଡା ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାଜଜ୍ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କିଶୋର ନ୍ୟାୟ ଓ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାରପତି ବୃନ୍ଦ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଆର୍ ରେଡ୍ଡୀ ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ୍ ଖାନ୍, ଅଧିବକ୍ତା ସଂଘ ସଭାପତି ଓ ସଚିବ ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ଜିଲ୍ଲାର ଶିଶୁ କନ୍ୟାଙ୍କ ସୁରକ୍ଷା ତଥା ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । ଅତିଥିମାନେ ଏ ସମ୍ବନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ କିଶୋର ନ୍ୟାୟ ଅଧିନିୟମର ମୁଖ୍ୟ ବିଚାରପତି ପରିଚାଳନା କରିଥିଲେ ।