ଜୀବନ ଧର୍ମ
ଅନୁପମା ଭୂୟାଁ :
ଚହଟା ରାମ ମନ୍ଦିର ମହାନଦୀ ତଳଗଡ଼ାରେ କଥା ପଡ଼ିଥିଲା ସାବିତ୍ରୀ ମାଉସୀ ଆଉ ରମା ମାଉସୀ, ସେଠି ବାସନ୍ତୀ, ଟୁଇଁଆ, ରଙ୍ଗ ଆଉ ଫୁଲ ଏମିତି ସବୁ ବସିଥିଲେ । କଥା ପଡ଼ିଲା, ଜାଣିଛ ନା ନୈରାଗୀ ନନା ଘର କଥା । କଥା କ'ଣ କି ଟୁଇଁଆ କହିଲା ନୈରାଗୀ ନନା ଆମ ଅଲାଇ ଗାଁରେ ଭାରି ଲୋକପ୍ରିୟ ଡାକ୍ତର ଥିଲେ । ନୈରାଗୀ ନନାଙ୍କ ବଡ଼ ଝିଅ ହେଉଛି କିନୁ । କିନ୍ତୁ ଘରର ବଡ଼ ଝିଅ, ଜୀବନରେ ଯାହା ଚାହିଁଲେ ଯେମିତି ଚାହିଁଲେ ନୈରାଗୀ ନନା ସବୁ ବୁଝିଲେ । ଆଉ ଝିଅ ଘର ପାଇଁ ସାନ ଭାଇ ଭଉଣୀଙ୍କ ପାଇଁ ସେହି ଗାଁରେ ବି ଘର ସଂସାର କରିଲେ । କଥା କିନ୍ତୁ ସେଠି ଅଟକି ନାହିଁ, ଅଟକିଛି ନୈରାଗୀ ନନାଙ୍କ ଝିଅ କିନୁ କ'ଣ ଜୀବନରେ ଦାୟିତ୍ୱ ନିର୍ବାହ କରିପାରିଲେ । ଜୀବନର କଥା ଏମିତି ଆରମ୍ଭ ହୁଏ ଅନେକଙ୍କ ପରିବାରରେ । ଘରର ଦାୟିତ୍ୱ ନିର୍ବାହ କରିବା ପାଇଁ ବଡ଼ ଝିଅ ପୁଅ ପରି ତଳ ଭାଇ ଭଉଣୀଙ୍କ ଦାୟିତ୍ୱ ସବୁ ତୁଲାଇଥାନ୍ତି କିନ୍ତୁ ଯେଉଁ ସ୍ୱାର୍ଥପାଇଁ ନିଜ ଜୀବନର ଶିକ୍ଷା ଓ ସମ୍ଭାବନାର ସମସ୍ତ ସମ୍ଭାବନାକୁ ଜଳାଞ୍ଜଳି ଦେଇ ଗାଁ ଜୀବନକୁ ଆଦରି ଥିଲେ ସେ ତାଙ୍କ ସଂସାର ପାଇଁ ଶ୍ରେଷ୍ଠ ପତିଧର୍ମ ନିର୍ବାହର ମର୍ଯ୍ୟାଦାବନ୍ତ ହୋଇପାରନ୍ତି କିନ୍ତୁ ଯେଉଁ ପରିବାର ପାଇଁ ଭବିଷ୍ୟତର ସବୁ ସାନ ପିଲାଙ୍କ ସମ୍ଭାବନାକୁ ଉଜ୍ଜ୍ୱଳ କରିବା ପାଇଁ ନିଷ୍ପତ୍ତି ସବୁକିଛି କିନ୍ତୁ ବଦଳି ଯାଏ । ସମୟର ଗତି ଚକ୍ର କ'ଣ ଏହିପରି? ଜୀବନରେ ଉତ୍ତମ ମାତା ଦାୟିତ୍ୱ ନିର୍ବାହ ପୂର୍ବରୁ ପତିବ୍ରତାର ଶ୍ରେଷ୍ଠତା ସହିତ ସଂସାରର ଦାୟିତ୍ୱ ଭିତରେ ଶାଶୂ ଶ୍ୱଶୁର, ଦିଅର -ନଣନ୍ଦ, ପିଲାମାନଙ୍କର.... ଏମିତି ଦାୟିତ୍ୱ ଥାଏ । କିନ୍ତୁ ନିଜ ପରିବାରର ଭାଇ ଭଉଣୀଙ୍କ ଦାୟିତ୍ୱ ନିର୍ବାହ ସମୟରେ ପତିବ୍ରତାର ଶ୍ରେଷ୍ଠତା ଏପରି ଏକ କଠୋରତାର ରଜ୍ଜୁରେ ବାନ୍ଧିଦିଏ ଯେ ରକ୍ତଜମାନେ ଦିଶନ୍ତି ଯେପରି ଶତ୍ରୁ । ସେମାନଙ୍କୁ ଅପମାନିତ, ଭାଷା, କଥା ଏବଂ ଅଶାଳୀନତାର ଅନେକ କଷ୍ଟ ଭିତରକୁ ସାମ୍ନା କରିବାକୁ ପଡ଼ିଥାଏ । ମାଆଙ୍କ ଭୂମିକା ପିଲାମାନଙ୍କୁ ଗଢ଼ି ତୋଳିବାରେ ମଧ୍ୟ ଅନେକ ରହିଥାଏ । ଉତ୍ତମ ମାତାର ଦାୟିତ୍ୱ କେବଳ ତାଙ୍କ ପରିବାରର ନୁହଁ ବରଂ ଏ ସମାଜ ପାଇଁ ଅନେକ ଗୁରୁତ୍ୱ ରଖିଥାଏ । ଆଧ୍ୟାତ୍ମିକ ସଂଗଠନର ପଦପଦବୀରେ ରହି ନିଜକୁ ବିଜ୍ଞପିତ କରିବା ପ୍ରବୃତ୍ତି ଭିତରେ ଜୀବନର ଅସଲତା ଭରି ରହୁ । ଯିଏ ତୁମର ଗୁରୁ, ଇଷ୍ଟ, ଭଗବାନ ତାଙ୍କରି ପ୍ରଦତ୍ତ "ସତ୍ୟ' ପଥରେ ଅବଲମ୍ବନ କର । ସତ୍ୟ ନାମରେ, ଅସତ୍ୟର ପ୍ରଚାର ଆଦୌ କରନାହଁ । ଜୀବନର ପ୍ରଥମ ସତ୍ୟ ଭିତରେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରିି ଗୁରୁଙ୍କ ପ୍ରତି ସମର୍ପଣ ଓ ଗୁଣିଆଙ୍କ ପ୍ରତି ସମର୍ପଣ ଆଦୌ ସମ୍ଭବ ନୁହଁ । କୌଣସି ଧର୍ମଶାସ୍ତ୍ରରେ ତଥାକଥିତ ଗୁଣୀ ମାନଙ୍କ ଶରଣାପନ୍ନ ହେବା ନେଇ ଉଲ୍ଲେଖ ରହିନାହିଁ । କିନ୍ତୁ ତନ୍ତ୍ର ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ ଆମ ଆଲୋଚନା ଭିତରେ ଥିବା ଆଧ୍ୟାତ୍ମିକ ଆଲୋକିତ ପ୍ରଚାରିତ ମାତା ଯଦି ଗୁଣୀ ଶରଣାପନ୍ନ ହୋଇ ଗୁରୁଙ୍କ ସମର୍ପଣର ବିଜ୍ଞାପିତ ପ୍ରଦର୍ଶନ କରନ୍ତି ତାହାହେଲେ କେବଳ ତାଙ୍କ ପରିବାର ନୁହେଁ ସମାଜ ବି କିପରି ଓ କେଉଁ ଶିକ୍ଷା ପାଇବ? ନିଜେ ପତିବ୍ରତା ସମର୍ପଣର ଢ଼ୋଲକୁ ବେଶ ବଜାଇ ପାରିଥିବାରୁ ପତିଙ୍କ ବ୍ୟକ୍ତିଗତତାକୁ ମଧ୍ୟ ସତର୍କ ନିୟନ୍ତ୍ରଣ ଯେ ଘାତକ ଏହା ସେ ବୁଝି ପାରନ୍ତି ନାହିଁ । ଏହି କର୍ମ ଓ ଚେତନା ନିଶ୍ଚିନ୍ତ ଭାବେ ନିଜେ ପିଲାମାନଙ୍କୁ ଆକ୍ରାନ୍ତ ଓ ଶିକ୍ଷା ଯୋଗାଇଥାଏ । ବିଶୃଙ୍ଖଳା ଅନ୍ୟ ମାନଙ୍କ ପରିବାରରେ ଶାନ୍ତି ଓ ଆନନ୍ଦ ବ୍ୟାଘାତ ସୃଷ୍ଟି କରିଥାନ୍ତି । ପରିଣତ ବୟସ ଅଭିମୁଖେ ପିତୃ ସମାନ ବଡ଼ଭାଇ ଯଦି ପୁତ୍ରତୁଲ୍ୟ ମଧୁର ବନ୍ଧୁ ମାନଙ୍କୁ ଯୋଗ୍ୟ ଓ ସମ୍ମାନିତ ମାନନ୍ତି ନାହିଁ ତାହାହେଲେ ସଂସାରରେ ଶାଳୀନତାର ଦିଗ ଯେ କିପରି ପତନାଭିମୁଖୀ ଦେଖନ୍ତୁ । ନିତିଦିନିଆ ଜୀବନ ଭିତରେ ଏ ସବୁ ଅଙ୍ଗେନିଭା ଅନେକ ଘଟଣା କେବଳ ନଦୀ ଘାଟର ସେ ଦିନର ଆଲୋଚନା ନୁହେଁ । ଅନେକ ପରିବାରରେ ଏହିପରି ସତ୍ୟନିଷ୍ଠ ମାର୍ମିକ କୋହ ଭରି ରହିଥିଲେ ମଧ୍ୟ ତାହା ଦୁନିଆର ବାହାର ପରିଧିକୁ ଆସିପାରି ନଥାଏ ।
ପରିବାର ଭିତରେ ଗୋଟିଏ ସଂସାର ଭିତରେ ଜଣେ ଯଦି ଅନ୍ୟ ମାନଙ୍କ ପ୍ରତି ଅଗ୍ରହଣୀୟ, ଅସମ୍ମାନନୀୟ, ଅପ୍ରିୟ ମଧ୍ୟ ଭାବନ୍ତି । ତାହାହେଲେ ପରିବାର ପୁଷ୍ପର ଗୋଟିଏ କଢ଼ ଯାହା ଖସିଯାଏ ତଳକୁ । ଦୁନିଆ କିନ୍ତୁ ଏପରି ବିଷାଦମୟ ସଂସାର ଭିତରେ ଆନନ୍ଦର, ଉଲ୍ଲାସର କ୍ଷେତ୍ର ବି ତିଆରି ହୋଇଥାଏ । କିଏ ବଡ଼ଲୋକ ହୋଇପାରନ୍ତି, କିଏ ଆର୍ଥିକ ଭାବରେ ଆଧିପତ୍ୟ ଦେଖାଇ ନପାରନ୍ତି କିନ୍ତୁ ଭିକାରୀ ତ ହୋଇନଥାନ୍ତି । ତଥାକଥିତ ଔକାତ୍ ଲେସ ଶବ୍ଦ ଯିଏ ବି ଉଚ୍ଚାରଣ ସୃଷ୍ଟି କରନ୍ତି ସିଏ ଯେ ନିଜେ ସେହି ଔକାତ୍ଲେସର ସୃଷ୍ଟି ବୋଧେ ବୁଝି ପାରନ୍ତି ନାହିଁ । ଏ ଦୁନିଆରେ ସମସ୍ତଙ୍କର ଔକାତ୍ ସ୍ୱତନ୍ତ୍ର, ଅନନ୍ୟ ଆଉ ଏକ ଖାଣ୍ଟି ପରିଚୟ ମଧ୍ୟ ତିଆରି କରିଥାଏ । ନିଜ ଜୀବନକୁ ସୋସିଆଲ ମିଡ଼ିଆରେ ଯେପରି ଅର୍ଥପୂର୍ଣ୍ଣ ଭାବେ ସତ୍ୟ ଉପସ୍ଥାପିତ କରିଛ ବ୍ୟକ୍ତିଗତ ଜୀବନରେ ତାହା ହିଁ ପାଳନ କର । ଅନ୍ତତଃ ନିଜ ରକ୍ତଜମାନଙ୍କୁ, ନିଜ ପିଲାମାନଙ୍କୁ ଭଲ ବାଟରେ ଯିବାର ଅସଲ ବାଟ ଦେଖାଅ । ନିଜେ ସତ୍ୟବାଦୀ ହୁଅ, ଅନ୍ୟ ମାନଙ୍କ ପାଇଁ ସତ୍ୟର ପ୍ରତୀକ ସାଜ, ଜୀବନକୁ ନିଜେ ଆନନ୍ଦମୟ ସପରିବାର କରିବା ସହ ଅନ୍ୟ ପରିବାର ପାଇଁ ଆନନ୍ଦର କାରକ ସାଜ । ଏହା ହେଉ ଜୀବନ ଧର୍ମ ।
ଋ-ଜ୍ଞବସକ୍ଷ : ବଦ୍ଭଙ୍କକ୍ଟ୍ରବଜ୍ଞବ୧୨୩ଭଷଙ୍କଚ୍ଚବଦ୍ଭଅଶଜ୍ଞବସକ୍ଷ.ମକ୍ଟଜ୍ଞ