ଜୀବନଜ୍ୟୋତି ସଭାପତି ଓ କ୍ଷୀରୋଦ ସମ୍ପାଦକ ନିର୍ବାଚିତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ଜୀବନ ଜ୍ୟୋତି ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦୀ ବିଜୟ କୁମାର ସାମନ୍ତସିଂହାରଙ୍କୁ ୧୦୨ ଖଣ୍ଡ ଭୋଟରେ ପରାସ୍ତ କରି ଦ୍ୱିତୀୟ ଥର ନିମନ୍ତେ ବିଜୟୀ ହୋଇଛନ୍ତି । ସଭାପତି ପ୍ରାର୍ଥୀ ଶ୍ରୀ ସାମନ୍ତ ୧୧୩ ଖଣ୍ଡ ଭୋଟ ପାଇଥିବାବେଳେ ଜୀବନ ଜ୍ୟୋତି ମିଶ୍ର ୨୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଉପସଭାପତି ଭାବେ ଲିଙ୍ଗରାଜ ସାହୁ ୧୧୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟ ପ୍ରତିଦ୍ୱନ୍ଦୀ ପ୍ରଦୀପ୍ତ ପ୍ରସାଦ ରାମ ୨୦୭ ଭୋଟ ପାଇ ପାଇ ବିଜୟୀ ହୋଇଥିଲେ । ସମ୍ପାଦକ ଭାବେ କ୍ଷୀରୋଦ ମୋହନ ସ୍ୱାଇଁ ୨୦୪ ଖଣ୍ଡ ଭୋଟ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଲିଙ୍ଗରାଜ ସାହୁ ୧୨୨ ଖଣ୍ଡ ପାଇବାରେ ସକ୍ଷମ ହୋଇଥିଲେ । କୋଷାଧକ୍ଷ ଭାବେ ବସନ୍ତ କୁମାର ଭଞ୍ଜ ୨୧୬ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରିତେଶ ସାହୁ ୧୧୪ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିପରି ଯୁଗ୍ମ ସମ୍ପାଦକ ଭାବେ ବଳରାମ ସାହୁ ଓ ଛଅ ଜଣ କାର୍ଯ୍ୟକାରୀ ସଦସ୍ୟ ବିନା ପ୍ରତିଦ୍ୱନ୍ଦୀତାରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଖୋର୍ଦ୍ଧା ଜÿିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଶିଶିର କୁମାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।