ଦେବେନ୍ଦ୍ରଙ୍କ ଦଶାହରେ ସମବେଦନା ଜଣାଇଲେ କାଡ଼ାମ

 ଆଳି : ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ରନାଥ ଶର୍ମାଙ୍କ ଦଶାହ କର୍ମରେ ୩୦୦ରୁ ଉର୍ଦ୍ଧ ଦେବେନ୍ଦ୍ର ପ୍ରେମୀ ଶୁଦ୍ଧି ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଶର୍ମାଙ୍କୁ ଭଲ ପାଉଥିବା ଦେବେନ୍ଦ୍ର ପ୍ରେମୀ ମୁଣ୍ଡନ ହୋଇଛନ୍ତି  । ଏଥିରୁ ଜଣାପଡେ ଆଜିକୁ ଦଶଦିନ ହେବ ଅକାଳରେ ବିୟୋଗ ହୋଇଥିବା ଦିବ୍ୟଙ୍ଗତ ଲଢୁଆ ନେତା ତଥା ଦୃଢ ସଂଗଠକ, କ୍ରୀଡ଼ାବିତ ସ୍ୱର୍ଗତ ଦେବେନ୍ଦ୍ର ନାଥ ଶର୍ମା ପ୍ରତି ଥିବା ସ୍ନେହ ଓ ଭଲ ପାଇବା  । ପ୍ରତିଦିନ ତାଙ୍କ ଉଦେ୍ଦଶ୍ୟରେ ତାଙ୍କ ନିର୍ବାଚନ ମଣ୍ଡଳୀ ସାରା ଆଳି ଓ କନିକା ଅଞ୍ଚଳରେ ବହୁ ଗ୍ରାମ, ପଞ୍ଚାୟତ, ଅନୁଷ୍ଠାନ ତରଫରୁ ତାଙ୍କୁ ଶୋକସଭା ସହିତ କେଣ୍ଡାଲ ଯାତ୍ରାଦ୍ୱାରା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖାଯାଇଛି  । ଏହି ପରିପେକ୍ଷରେ ଆଜି ଅପରାହ୍ନରେ ତାଙ୍କ ନିଆଳସ୍ଥିତ ବାସଭବନରେ କଂଗ୍ରେସ ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ ପହଞ୍ଚô ପରିବାରକୁ ସମବେଦନା ଜଣାଇବା ସହ ଆସନ୍ତାକାଲି ହେବାକୁ ଥିବା ଏକାଦଶ କ୍ରିୟାରେ ଶୋକସଭା ବିଷୟରେ ପଚାରି ବୁଝିଥିଲେ  ।