ଝାରପଡ଼ା ଜେଲରେ ମାରଣାସ୍ତ୍ର ଧରି କଏଦୀଙ୍କ ରିଲସ


  • ଭୁବନେଶ୍ୱର, ୨୨ା୧୦ : ଝାରପଡ଼ା ଜେଲରେ କଏଦୀ ମାରଣାସ୍ତ୍ର ଧରି ରିଲସ ଘଟଣାରେ ଆକ୍ସନ ମୋଡ଼ରେ ପୁଲିସ ଓ ଜେଲ ବିଭାଗ । ବିଚାରଧୀନ କଏଦୀଙ୍କଠାରୁ ରିଲସରେ ବ୍ୟବହୃତ ସାମସଙ୍ଗ୍ ସ୍ମାର୍ଟ ଫୋନ ସହ ଏକ ବଡ଼ ଛୁରୀ ଜବତ କରାଯାଇଛି  । ଏନେଇ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ  । ଦିନେ କିମ୍ବା ଦୁଇଦିନ ପୂର୍ବରୁ ଏହି ମାରଣାସ୍ତ୍ର ଜେଲ ଭିତରକୁ ଆସିଥାଇ ପାରେ ବୋଲି ଜେଲ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି  । ତେବେ ଆଜି ଜେଲ ଭିତରୁ ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକ ଦେଇ, ଭିଡିଓ ପଠାଇବା ସହ ବଟି ମାଗୁଥିଲେ କିଛି ଅଭିଯୁକ୍ତ  । ଟଙ୍କା ନଦେଲେ ହଣା ଖାଇବୁ ବୋଲି ଭିଡିଓ ରେ କହିଥିଲେ ।
     ସୂଚନା ଯୋଗ୍ୟଯେ, ଜେଲ ଭିତରୁ ଆସିଛି  କଏଦୀଙ୍କ ସାଂଘାତିକ ଦୃଶ୍ୟ  । ଏହି ଭିଡିଓ ଦେଖିଲେ ଲୋମ ଟାଙ୍କୁରୀ ଉଠିବ । ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖି ଲୋକ ଛାନିଆଁ  । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଭିଡିଓ ପଠାଇବା ସହ ବଟି ମାଗୁଛନ୍ତି କିଛି କଏଦୀ  । ଟଙ୍କା ନଦେଲେ ହଣା ଖାଇବୁ ବୋଲି କହୁଛନ୍ତି । ଧମକକୁ ଡରି  ଟଙ୍କା ବି ଦେଉଛନ୍ତି କିଛି ବ୍ୟବସାୟୀ,ଆଉ କିଛି ବ୍ୟବସାୟୀ ଏବେ ଭୁବନେଶ୍ୱର ଛାଡି ପଳାଇବାକୁ ଚାହୁଁଛନ୍ତି  । କେବଳ ବ୍ୟବସାୟୀ ନୁହେଁ ସାକ୍ଷୀଙ୍କୁ ବି ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି, ହେଲେ ମିଡ଼ିଆରେ ମୁହଁ ଖୋଲିବାକୁ ସମସ୍ତଙ୍କ ଡର  । କେହି କିଛି କହିବାକୁ ନାରାଜ । ଜେଲ ଭିତର ଭିଡିଓ ଦେଖିଲେ ଯେ କେହିବି ଡରିଯିବା ସ୍ୱାଭାବିକ କଥା ।
    ଏଠି ପ୍ରଶ୍ନ ଉଠୁଛି, ଝାରପଡ଼ା ଜେଲ ଭିତରକୁ ସ୍ମାର୍ଟ ଫୋନ କେମିତି ଆସିଲା? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡିଓ କଲ କରାଗଲା କେମିତି? ଏମିତି କେତେ ସ୍ମାର୍ଟ ଫୋନ ଜେଲ ଭିତରେ ରହିଛି, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଓ କ୍ରାଇମ ସିଣ୍ଡିକେଟ ପଛର ମାଷ୍ଟର ମାଇଣ୍ଡ କିଏ? କାହିଁକି ବାରମ୍ବାର ତାଗିଦ ପରେ ବି ସୁଧୁରୁନି ଜେଲ ବ୍ୟବସ୍ଥା? କିନ୍ତୁ ଏହି ଭିଡ଼ିଓ ଝାରପଡ଼ା ଜେଲ ଭିତରର ବୋଲି ଜଣା ପଡ଼ିଥିବା ବେଳେ, ଏହାକୁ କେବେ ରେକର୍ଡ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ  । ଏଠି ଜେଲ କତୃପକ୍ଷଙ୍କ ସମ୍ପୃକ୍ତି ରହିଥିବା ସନେ୍ଦହ କରାଯାଉଥିବା ବେଳେ ତାହା କେତେ ସତ୍ୟ ତାହାକୁ ନେଇ ପୁଲିସ ଓ ଜେଲ ବିଭାଗ ତଦନ୍ତ ଆରମ୍ଭ କରିଛି ।