ଝାଡ଼ଖଣ୍ଡ ଅପରାଧରେ କୋରେଇ ଅପରାଧୀ
ରଗଡି : କୋରେଇର ଅପରାଧି ଝାଡ଼ଖଣ୍ଡରେ ଅପରାଧ କରି ଫେରାର ରହିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଛି । କୋରେଇ ଥାନା କନ୍ତୋର ପଂଚାୟତ ପୂର୍ବକୋଟ ତେଲେଙ୍ଗା ବସ୍ତିର ମହେଶ ଦାସ ଓରଫ ମହେଶ୍ୱର ରାଓଙ୍କ ପୁଅ ଚିରଞ୍ଜୀବ, କାଳୀ ଦାସ ଓରଫ କାଳୀ ରାଓଙ୍କ ପୁଅ ମହେଶ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମି ଜିଲା ଚକୁଳିଆ ଥାନାରେ କେସ ନଂ୧୨/୨୦୨୧ଜିଆର-୯୭/୨୦୨୨(ଏସ)ଧାରା ୩୯୨ରେ ଏକ ମାମଲା ରୁଜୁ ହୋଇଥିଲା । ଉଭୟ ଫେରାର ଥିବାରୁ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇ ପାରିନଥିଲା । ଏହି କାରଣରୁ ଘାଟଶିଳା ଏସିଜେଏମ କୋର୍ଟ ପକ୍ଷରୁ ଉଭୟଙ୍କୁ ପଳାତକ ଦର୍ଶାଇ ସେମାନଙ୍କ ଘରେ ଉଦଘୋଷଣା ନୋଟିସ ଲଗାଇବାକୁ ପୁଲିସକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏଥିସହିତ ଭାରତୀୟ ଦଣ୍ଡବିଧି ଆଇନ ୮୨ରେ ଉଭୟ ତା୨୯ା୩ା୨୦୨୫ସୁଦ୍ଧା ଯଦି ଉକ୍ତ କୋର୍ଟରେ ହଜାର ନହୋଇ ପକ୍ଷ ନରଖନ୍ତି ତାହାଲେ ଧାରା ୮୩ଅନୁଯାୟୀ ସେମାନଙ୍କ ସମସ୍ତ ସ୍ଥାବର ଓ ଆସ୍ଥାବର ସମ୍ପତି ଜବତ କରାଯିବ ବୋଲି କୋର୍ଟ ପକ୍ଷରୁ ଦର୍ଶାଯାଇଥିଲା । ଚକୁଳିଆ ଥାନା ପୁଲିସ ପକ୍ଷରୁ ଗତ ତା୨୪ ।୨ ।୨୦୨୫ରେ ଉଭୟ ଅଭିଯୁକ୍ତଙ୍କ ପୂର୍ବକୋଟ ଘରେ ଉଦଘୋଷଣା ନୋଟିସ ଲଟକା ଯାଇଥିଲା । କୋର୍ଟଙ୍କ ନିଦେ୍ର୍ଦଶ ସମୟ ମଧ୍ୟରେ ଉଭୟ କୋର୍ଟରେ ହାଜର ହେଲେ ନାହିଁ । ଯେଉଁ କାରଣରୁ କୋର୍ଟ ପକ୍ଷରୁ ସେମାନଙ୍କ ବିରୋଧରେ ଗିରଫ ପରୱାନା ଜାରିକରି ଚକୁଳିଆ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟକୁ ଏକ ଆଦେଶନାମା ପ୍ରେରଣ ହୋଇଛି ।