କୁଡୁମୀ ସେନାର ପ୍ରତିଷ୍ଠା ଦିବସ 

 ବେତନଟୀ : ସାରା ଭାରତରେ ୨ କୋଟିରୁ ଅଧିକ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସମରେ ବସବାସ କରୁଛନ୍ତି । ଏହି ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲ । ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି । ତେବ ଓଡିଶାରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ୍ ୩ରେ ବେତନଟି ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତିର ସୁରକ୍ଷା ଓ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ଆୟୋଜନ କରି ଆସୁଛନ୍ତି । ତେବେ ଏହି ଦିନକୁ ମନେ ରଖିବା ପାଇଁ ବେତନଟିର ଡାକ ବଙ୍ଗଳାରେ ୧୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଛି  । ସଭାରେ ଜୈମୁନୀ ମହାନ୍ତ ସଭାପତି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଡୁମୀ ସେନା ବିବେକାନନ୍ଦ ମହାନ୍ତ, ତମ୍ବରୁଧର ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ, ଟିକିନା ମହାନ୍ତ, ହିମାଂଶୁ ମହାନ୍ତ, ମାନଗୋବିନ୍ଦ ମହାନ୍ତ,ରଞ୍ଜନ ମହାନ୍ତ, ନରହରି ମହାନ୍ତ, ଛତିଷ ମହାନ୍ତ, ଚୈତନ ମହାନ୍ତ, ଛାତ୍ର ସେନା ଗୌତମ, ମୋନଜ, ଚନ୍ଦନ, ସୋନୁ ପ୍ରମୁଖ ଯୋଗଦେଇଥିଲେ ।