ଟାଟା ସୋଲ୍‌ଫୁଲ ‘ହର୍‌ ଚାଏ କୋ ଅପ୍‌ନି ଚାଏ ବନାୟେ’

 ମୁମ୍ବାଇ : ଟାଟା କଞ୍ଜୁମର ପ୍ରଡକ୍ଟସ୍‌ରୁ ଏକ ସୁପରିଚିତ ବ୍ରାଣ୍ଡ୍‌ ତଥା ନିଜର ସମ୍ପୂର୍ଣ୍ଣ ମିଲେଟ୍‌-ଭିତ୍ତିକ ସ୍ନାକ୍ସ ଓ ପ୍ୟାକେଜଡ ଫୁଡସ୍‌ ନିମନ୍ତେ ପରିଚିତ ‘ଟାଟା ସୋଲ୍‌ଫୁଲ୍‌’ ଭାରତର ପ୍ରିୟ ଚା’ପିଇବା ସମୟକୁ ନିଜ ସଦ୍ୟତମ ନବସୃଜନ- ଟାଟା ସୋଲ୍‌ଫୁଲ୍‌ ନୋ ମଇଦା ରସ୍କ ସହିତ ପୁନଃନିରୂପିତ କରୁଛି । ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ମନୋଜ ବାଜପାୟୀଙ୍କୁ ନେଇ ପ୍ରସ୍ତୁତ ଏକ ସୃଜନଶୀଳ ମାର୍କେଟିଂ ଅଭିଯାନ ଜରିଆରେ ଏହାର ବଜାର ପ୍ରବେଶ କରାଯାଇଛି । ଯାହାର  ଟ୍ୟାଗ୍‌ଲାଇନ ରହିଛି ‘ହର୍‌ ଚାଏ କୋ ଅପ୍‌ନି ଚାଏ ବନାୟେ’କୁ କେନ୍ଦ୍ରକରି ପ୍ରସ୍ତୁତ  କରାଯାଇଛି । 
ଏହାର ବଜାର ପ୍ରବେଶ ଅବସରରେ ସୋଲଫୁଲ ର ସିଏମ୍ଓ ରସିକା ପ୍ରଶାନ୍ତ କହିଛନ୍ତି । ଭାରତୀୟ ପରିବାରଗୁଡିକରେ ଚାଏ ଏବଂ ରସ୍କ ଅବିଚ୍ଛିନ୍ନ ଯୋଡି ଅଟେ । ଅଧିକାଂଶ ରସ୍କସ୍‌ରେ ମଇଦା ରହିଥାଏ, ଯାହା ଦୈନନ୍ଦିନ ଖାଇବା ନିମନ୍ତେ ପସନ୍ଦଯୋଗ୍ୟ ହୁଏନାହିଁ । ଟାଟା ସୋଲ୍‌ଫୁଲ୍‌ ନୋ ମଇଦା ରସ୍କ ସହିତ ଆମେ ଉପଭୋକ୍ତାଙ୍କୁ ଏକ ବିକଳ୍ପ ପସନ୍ଦ ଯୋଗାଇଦେଇ ଏହି ଶୂନ୍ୟସ୍ଥାନ ପୂରଣ କରୁଛୁ । ଯାହା ସ୍ୱାଦ ଓ କୁଡୁମୁଡିଆପଣ ଯୋଗାଇ ଦେଉଛି । ଏହି ପ୍ରଚାର ଅଭିଯାନ ଜରିଆରେ ଆମେ କଥୋପକଥନ ମଧ୍ୟକୁ ମଜାଦାର ଭାବ ସହିତ ସାପେକ୍ଷତା ଆଣିଦେଉଛୁ । ଟାଟାର ରସ୍କକୁ ପସନ୍ଦ କରିବା ଦ୍ୱାରା ତାହା କିପରି ପ୍ରତ୍ୟେକ ଚା’ପାନ ମୁହୂର୍ତ୍ତକୁ ବାସ୍ତବରେ ଆପଣଙ୍କ ନିଜର କରି ଗଢିତୋଳୁଛି ତାହା ପ୍ରଦର୍ଶିତ କରୁଛୁ । ଏହି ଉତ୍ପାଦ ଏବଂ ପ୍ରଚାର ଅଭିଯାନ ଉପଭୋକ୍ତାଙ୍କର ପରିବର୍ତ୍ତିତ ପସନ୍ଦ ସମ୍ପର୍କରେ ଆମେ ବୁଝିବା ଏବଂ ସେହି ସମୟରେ ଭାରତର ଆକାଂକ୍ଷିତ ଚା’ପାନ ସଂସ୍କୃତିକୁ ସମ୍ମାନ ପ୍ରଦର୍ଶନ କରିବାର ଭାବକୁ ପ୍ରଦର୍ଶିତ କରୁଛି । ଟାଟା ସୋଲ୍‌ଫୁଲ୍‌ ନୋ ମଇଦା ରସ୍କ ସହିତ ପ୍ରତ୍ୟେକ ଚାଏ ମୁୁହୂର୍ତ୍ତ ବାସ୍ତବରେ ଆପଣଙ୍କ ନିଜର ହୋଇଯାଉଛି ।