ରେଳ କର୍ମଚାରୀଙ୍କ ପାଇଁ ‘ଇ-କ୍ଲିନିକ୍’ ଉଦ୍ଘାଟିତ 

ଜଟଣୀ :  ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ ଏସ ବାଜ୍ୱା, ଯାଜପୁର-ଯଖପୁରା ସେକ୍ସନରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ପାଇଁ ଯାଜପୁର କେନ୍ଦୁଝରରୋଡ଼ ରେ “ଇ-କ୍ଲିନିକ୍” ସୁବିଧାର ଉଦଘାଟନ କରିଛନ୍ତି । ଏହି ଇ-କ୍ଲିନିକ୍ ଦ୍ୱାରା ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ଚିକିସôା ସହାୟତା ପାଇପାରିବେ । ଏହି ପ୍ରକାରର ଇ-କ୍ଲିନିକ୍ ସୁବିଧା ଭାରତୀୟ ରେଳବାଇରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି । ଏହି ଇ-କ୍ଲିନିକ୍ ସୁବିଧା ଆଉଟସୋର୍ସିଂ ମାଧ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି ଏବଂ ଏହା ଯାଜପୁର-ଜଖପୁରା ସେକ୍ସନରେ କାର୍ଯ୍ୟରତ ୬୮୫ ଜଣ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ଚିକିସôା ଆବଶ୍ୟକତା ପୂରଣ କରିବ, ଯେଉଁଥିରୁ ୫୩୫ ଜଣ ରନିଂ ଷ୍ଟାଫ୍ ଅଛନ୍ତି । ପୂର୍ବରୁ ଏହି ସେକ୍ସନର ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସେମାନଙ୍କର ଚିକିସôା ପାଇଁ ଭଦ୍ରକର ରେଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ ।ଇ-କ୍ଲିନିକ୍ ସୁବିଧାରେ ଅନେକ ବୈଶିଷ୍ଟ୍ୟ ରହିଛି ଯେପରିକି ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ କାର୍ଡ ପଞ୍ଜିକରଣ ପରେ ଅନଲାଇନ୍ ମୋଡ୍ରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ । ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଅପରେସନ) ପି.କେ.ବେହେରା, ଖୋର୍ଦ୍ଧା ରୋଡର ମୁଖ୍ୟ ଚିକିସôା ଅଧୀକ୍ଷକ ଡକ୍ଟର ସବିତା ଶତପଥୀ ଏବଂ ଡିଭିଜନର ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ ।