ଶ୍ରୀରାମକୃଷ୍ଣଙ୍କ  କଳ୍ପତରୁ ଦିବସ ପାଳିତ  

 ଖୋର୍ଦ୍ଧା: ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଶ୍ରୀରାମକୃଷ୍ଣ ପରମହଂସଙ୍କ କଳ୍ପତରୁ ଉତ୍ସବ ସଭାପତି ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ରହ୍ମଚାରୀ ରମେଶ ଶ୍ରୀରାମକୃଷ୍ଣ ଲୀଳାମୃତ ପୁସ୍ତକରୁ କଳ୍ପତରୁ ପ୍ରସଙ୍ଗ ଆବୃତ୍ତି କରିଥିଲେ । ସଦସ୍ୟ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ । ସଦସ୍ୟ ଦିଲ୍ଲୀପ ପଣ୍ଡା ସ୍ୱାଗତ ଅଭିଭାଷଣ ସହିତ କଳ୍ପତରୁ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟ ପ୍ରବକ୍ତା ସ୍ୱାମୀ ଭାଗବତାନନ୍ଦ ମହାରାଜ ଈଶ୍ୱରପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଠାକୁର ରାମକୃଷ୍ଣ ପରମହଂସଙ୍କ ଉପଦେଶ ଅନୁସରଣ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ଆଜିର ଅନ୍ୟତମ ପ୍ରବାଚିକା ନଳିନୀ ସାହୁ ରାମକୃଷ୍ଣଙ୍କ ବାଲ୍ୟ ଜୀବନର ଅଲୌକିକ ଲୀଳା ସହିତ ୧୮୮୬ ଜାନୁଆରୀ ପହିଲାରେ ଭାବାବେଶରେ ଉପସ୍ଥିତ ସମସ୍ତ ଭକ୍ତଙ୍କ ମନୋବା‚ା ପୂରଣ କରିଥିଲେ । ଏହି ଦିନକୁ କଳ୍ପତରୁ ଦିବସ ଭାବରେ ରାମକୃଷ୍ଣ ସଂଘରେ ପାଳନ କରାଯାଏ ବୋଲି ମତବ୍ୟକ୍ତ କରିଥିଲେ । ମନୋଜ କୁମାର ଗୁମାନସିଂହ, ଅଜୟ କୁମାର ପାଲ, ମାନସୀ ପୃଷ୍ଟି, ଗୀତାଞ୍ଜଳି ସାହୁ, ଇନ୍ଦୁମତୀ ଦେଈ,କଳ୍ପନା ସାହୁ, ସୋନିଆ ପ୍ରଧାନ, ବାଲୁଙ୍କେଶ୍ୱର ଦାଶ, ନାରାୟଣ ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ସଦସ୍ୟ ପଦ୍ମଚରଣ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।