ବିଶ୍ୱ ବ୍ରେଲି ଦିବସ ପାଳିତ 

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରାଣୀ ପାଟଣା ସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ମହାତ୍ମା ଲୁଇ ବ୍ରେଲଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ ଦିବସ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଆଡ୍ଭୋକେଟ ନଟ ଗୋପାଳ ପଣ୍ଡା, ମୁଖ୍ୟ ଆଇନ ପରାମର୍ଶ ପରିଷଦ ଉପଦେଷ୍ଟା, ଯୋଗ ଦେଇଥିବାବେଳେ ସେଖ୍ ଜନାତ ହୁସେନ ଚାଚା ଅନ୍ୟତମ ଅତିଥି, ଭବାନୀ ଶଙ୍କର ଫାଉଣ୍ଡେସନର ଅମିତା ନାଏକ, ଜିଲ୍ଲା ୟୁଥ୍ ଅଫିସର ଏମ୍ ବିଗନେସ, ନେହେରୁ ଯୁବ କେନ୍ଦ୍ରର ବିକ୍ରମ ବାରିକ ଇତ୍ୟାଦି ମଞ୍ଚାସୀନ ଥିବାବେଳେ ୱେଲଫେୟାରର ନିଦେ୍ର୍ଦଶକ ଦିବାକର ସ ସଭା ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲୁଇ ବ୍ରେଲଙ୍କ ବନ୍ଦନା ଗାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ କୁମାର ବେହେରା , ଗୌରାଙ୍ଗ ଚନ୍ଦ୍ର ପ୍ରଧାନ, ପବିତ୍ର ମୋହନ ପଣ୍ଡା ତଥା ମଞ୍ଚାସୀନ ଅତିଥିମାନେ ବିଶ୍ୱ ଲୁଇ ବ୍ରେଲ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ସଭା ଶେଷରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ବିତେନ୍ଦ୍ର  ଦାସ, ଜଗତ୍ ଜିତ୍ ପତି, ମୋନଜ ପଲେଇ, ଚନ୍ଦ୍ରଜିତ ନାଏକ, ଗୈାରାଙ୍ଗ ପାତ୍ର, ସଞ୍ଜୀବ ବେହେରା, ଦୀପକ ବେହେରା, ଶ୍ରୀଧର ବେହେରା, ସୌମ୍ୟ ସେନାପତି, ଆଶୁତୋଷ ବେହେରା, ଗୀତାଞ୍ଜଳି ପ୍ରଧାନ, ବାସନ୍ତୀ ସିଂହ, ଅର୍ଚ୍ଚନା ବିନ୍ଧାଣି, ଜ୍ୟୋତିର୍ମୟୀ ଦାସ, ଅଭିଲିପ୍ସା ଦାସ, ମୋନାଲିସା  ସାହୁ, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ନାଏକ, ଅଜୟ ଜେନା, ସଞ୍ଜୟ ପଣ୍ଡା, ମଧୁସୂଦନ ପ୍ରଧାନ, ଶିବ ହ, ସୋମନାଥ ରାଉତ, ପ୍ରଭାସିନୀ ମହାନ୍ତି, ଅଜିତା ଦାସ, ବିଳାସିନୀ ବେହେରା, ବନିତା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁନୀଲ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।