ଦୁବାଇରୁ ଫେରିଲା ଶ୍ରମିକଙ୍କ ଶବ

 ରାଜନଗର: ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ କାନଫୁଲିଆ ଗ୍ରାମର ଦିବାକର ପରିଡାଙ୍କ ସାନପୁଅ ରାଜେଶ କୁମାର ପରିଡା(୩୩) ଦୁବାଇରେ ଶ୍ରମିକ ଭାବେ କାମ କରୁଥିଲେ । ସେଠାରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ଶବ ମିଳିଥିଲା । ୨୧ତାରିଖ ଶୁକ୍ରବାର ଦିନ ମୃତ ରାଜେଶଙ୍କ ଶବ ନିଜ ଗାଁ କାନଫୁଲିଆକୁ ଫେରିଛି । ଶବ ପହଞ୍ଚôବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ସୂଚନା ଥାଉକି, ଚଳିତ ବର୍ଷ ଫେବୃୟାରୀ ମାସ ୨୦ତାରିଖରେ ଦୁବାଇ ଯାଇଥିଲେ । ମାର୍ଚ୍ଚମାସ ୫ତାରିଖଠାରୁ ସେଠାରୁ ନିଖୋଜ ହୋଇ ଯାଇଥିବା ଖବରପାଇ ତାଙ୍କ ମାମୁଁ ହଂସନକୁମାର ରାଉତ ଦୁବାଇର ବୈ÷ଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ବୈ÷ଦେଶିକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଗତ ୧୩ତାରିଖ ଦିନ ଅଭିଯୋଗ କରିଥିବା ତାଙ୍କ ମାମୁଁ ଶ୍ରୀ ରାଉତଙ୍କୁ ନିଖୋଜ ରାଜେଶଙ୍କ ଶବ ଦୁବାଇର ଡେରା ଥାନାରେ ରହିଥିବା ନେଇ ଅବଗତ କରାଇଥିଲେ ।
ପରିବାରର ନିବେଦନ ପ୍ରକାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କେନ୍ଦ୍ର ବୈ÷ଦେଶିକ ମନ୍ତ୍ରଣାଳୟକୁ ରାଜେଶର ଶବ ଫେରାଇ ଆଣିବା ପାଇଁ ଚିଠି ଲେଖିଥିଲେ । ସାଂସଦ ଶ୍ରୀ ପଣ୍ଡା ମଧ୍ୟ ବୈ÷ଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିବା ସହ ଦୁବାଇର ଆମ୍ବାସାଡାରଙ୍କ ସହିତ ଯୋଗାଯୋଗ କରିଥିଲେ । ମୃତ ରାଜେଶ ତା୨୦.୨.୨୦୨୫ରିଖରେ ଦୁବାଇର ୟୁନାଇଟେଡ ମାଷ୍ଟର୍ସ ଇଲେକ୍ଟ୍ରୋ ମେକାନିକାଲ ଏଲଏଲସିରେ କାମ କରୁଥିଲେ । ଏହାପୂର୍ବରୁ ତା ୨୩.୧୨.୨୦୨୩ରିଖରେ ସେ ଦୁବାଇର ଆଲମଣ୍ଡ ଇଲେକ୍ଟ୍ରୋ ମେକାନିଲ କମ୍ପାନୀରେ କାମ କରୁଥିଲେ । ଏହି କମ୍ପାନୀରେ କାମ ଛାଡି ଦୁବାଇର ୟୁନାଇଟେଡ ମାଷ୍ଟର୍ସ ଇଲେକ୍ଟ୍ରୋ ମେକାନିକାଲ ଏଲଏଲସିରେ ଯୋଗଦେଇଥିଲେ । ଶବ ଫେରିବା ପରେ ରାଜେଶଙ୍କ ପରିବାର ଓ ସଂପର୍କୀୟମାନେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡା ସାଂସଦଙ୍କ ସହ ସହଯୋଗ କରିଥିବା ବିଜେପି ନେତା ଲଳିତକୁମାର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତିି ।