ଟିଭି ଚ୍ୟାନେଲ ନାଁରେ ମାନହାନୀ ମକୋଦ୍ଦମା

 ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଏବେ ଦେଶ ବିଦେଶର ପରିବେଶପ୍ରେମୀ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ପାଲଟିଛି । ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ଓ ଖାଇବା ପାଇଁ ଜାତୀୟ ଉଦ୍ୟାନ ଭିତରେ ବନବିଭାଗର ରିସର୍ଟ ଓ କାଫେ ଥିବା ବେଳେ ବାହାରେ ହୋମରେଷ୍ଟ ଓ ହୋଟେଲ ଗଢିଉଠିଛି । ଭିତରକନିକା ନିକଟରେ ଥିବା ହୋଟେଲ ସ୍ୱାଦ ବିରୁଦ୍ଧରେ ଲଗାତର ଭାବେ ଖବର ପରିବେଷଣ ଉପରେ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅର୍ଗସ ନୁ୍ୟଜ ଚ୍ୟାନେଲ ସ୍ୱାଦ ହୋଟେଲ ଓ ତାଙ୍କର ରେପୁ୍ୟଟେସନ ଉପରେ ମିଛ ଖବର ପ୍ରସାରଣ ଉପରେସିଭିଲ ଜଜ୍ ସିନିୟର ଡିଭିଜନ ପଟ୍ଟାମୁଣ୍ଡାଇ ପକ୍ଷରୁ ନିଷେଦ୍ଧାଜ୍ଞା ଜାରି କରାଯାଇଛି । ବଲେ ବଲେ ପରେ ହୋଟେଲ ସ୍ୱାଦ, ଆଉଜଣେ ବିଜେଡି ବିଧାୟକ ଧ୍ରୁବ ସାହୁ ହୋଟେଲରେ ବଡି ମସାଜ, ସୁରାପାନ ଓ ଦେହ ବ୍ୟବସାୟ ଚାଲିଥିବା ନେଇ ଅର୍ଗସ ନୁ୍ୟଜରେ ଖବର ପ୍ରସାରଣ କରାଯାଇଥିଲା । ଏହି ହୋଟେଲ ବିଧାୟକ ଧ୍ରୁବ ସାହୁଙ୍କର ନୁହେଁ, ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ, ହୋଟେଲ ମୋ ସ୍ୱାମୀଙ୍କ ନାଁରେ ଥିବା ସ୍ଥିତିବାନ ସତ୍ୱରେ ନିର୍ମାଣ ହୋଇଛି । ହୋଟେଲରେ ନିୟମିତ ଜିଏସଟି ଦିଆଯାଉଥିବା ବେଳେ ଫୁଡ ଲାଇସେନ୍ସ ସମସ୍ତ କାଗଜ ପତ୍ର ଠିକ୍ ରହିଛି । ଅର୍ଗସ ନୁ୍ୟଜ ଚ୍ୟାନେଲ ମିଛ ଖବର ପ୍ରସାରଣ କରି ହୋଟେଲ, ମୋର ଓ ମୋ ସ୍ୱାମୀଙ୍କ ସହ ମୋ ପରିବାର ସଦସ୍ୟଙ୍କର ସମ୍ମାନହାନୀ କରୁଥିବା ନେଇ ହୋଟେଲ ମାଲିକାଣି ପୁଷ୍ପଲତା ସ୍ୱାଇଁ ମାନ୍ୟବର ସିଭିଲ ଜଜ୍ ସିନିୟର ଡିଭିଜନ, ପଟ୍ଟାମୁଣ୍ଡାଇଙ୍କ ଦ୍ୱାରସ୍ତ ହୋଇଥିଲେ । ମାନ୍ୟବର କୋର୍ଟରେ ସିଏସ୍ ନଂ ୨୧୫/୨୪ ସହିତ ମଧ୍ୟବର୍ତୀକାଳୀନ ଦରଖାସ୍ତ (ଇଂଟରିମ ଆପ୍ଲିକେସନ) ୧୭୬/୨୪ରେ ଦର୍ଶାଇଥିଲେ । ଅର୍ଗସ ନୁ୍ୟଜର କେନ୍ଦ୍ରାପଡା ଜିଲ୍ଲା ରିପୋର୍ଟର ପ୍ରଭାତ ଲେଙ୍କା, ଆସୋସିଏଟ ଏଡିଟର ଦୁର୍ଗାଶିଷ ସିସ୍ ଓ ତାଙ୍କର ସହଯୋଗୀ ବିକ୍ରମ ବାରିକଙ୍କ ନାଁରେ ମାନ୍ୟବର କୋର୍ଟରେ ୧ କୋଟି ଟଙ୍କାର ମାନହାନୀ ଓ କ୍ଷତିପୂରଣ ମକଦ୍ଦମା କରିଥିଲେ । ମାନ୍ୟବର ନ୍ୟାୟାଳୟ ଏହି ଆବେଦନ ଗ୍ରହଣ କରିବା ସହ  ହୋଟେଲ ଓ ତାଙ୍କର ରେପୁଟେସନ ଖରାପ ଅର୍ଗସ ନୁ୍ୟଜ କରିପାରିବ ନାହିଁ । ଅର୍ଗସ ନୁ୍ୟଜର କେନ୍ଦ୍ରାପଡା ଜିଲ୍ଲା ରିପୋର୍ଟର ପ୍ରଭାତ ଲେଙ୍କାଙ୍କୁ ମାନ୍ୟବର କୋର୍ଟ ତରଫରୁ ହୋଟେଲ ସଂପର୍କରେ ମିଛ ଖବର ପରିବେଷଣ ଉପରେ ନିଷେଦ୍ଧାଜ୍ଞା ଜାରି କରାଯାଇଛି । ଏଥିସହ ୨୭ ଜୁଲାଇରେ ହାଜର ହୋଇ ତାଙ୍କର ପକ୍ଷ ରଖିବାକୁ ମାନ୍ୟବର କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ ଓ ତାଙ୍କ ସହଯୋଗୀ ଅର୍ପିତା ସ୍ୱାଇଁ, ଅରୂପ ପାତ୍ର, ଦେବଦତ ସେଠୀ ପ୍ରମୁଖ ମାମଲା ପରିଚାଳନା କରିଥିଲେ ।