ଟ୍ରମ୍ପଙ୍କ ଟିମରେ ଜିହାଦି  ଲସ୍କର ସହ ରହିଛି ସମ୍ପର୍କ


 ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଟିମ୍ରେ ଅଛନ୍ତି ଜିହାଦି  । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦୁଇ ଜିହାଦି ହ୍ୱାଇଟ ହାଉସ୍ ପରାମର୍ଶଦାତା ବୋର୍ଡ଼ରେ ରହିଛନ୍ତି  । ଯାହା ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟିକରିଛି  । 
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜୟଟୁନା କଲେଜର ପ୍ରତିଷ୍ଠାତା ଇସମାଇଲ ରୋୟର ଓ ଶେଖ୍ ହମାଜ ୟୁସୁଫ ଟ୍ରମ୍ପଙ୍କ ପରାମର୍ଶଦାତା ବୋର୍ଡ଼ରେ ରହିଛନ୍ତି  । ରୋୟରର ସିଧାସଳଖ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରହିଛି  । ୨୦୦୦ରେ ଲସ୍କର ଟ୍ରେନିଂ କ୍ୟାମ୍ପରେ ପ୍ରଶିକ୍ଷଣ ବି ନେଇଥିଲା  । କାଶ୍ମୀରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ବି ତା’ର ହାତ ରହିଛି  । ଟ୍ରମ୍ପଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଲାରା ଲୁମର ଏକଥା ସାମ୍ନାକୁ ଆଣିଛନ୍ତି  । ସେ କହିଛନ୍ତିଯେ, ଇସଲାମିକ ଜିହାଦି ସହ ସଂପୃକ୍ତ ଥିଲେବି ତାଙ୍କୁ ପରାମର୍ଶଦାତା ବୋର୍ଡ଼ରେ ସ୍ଥାନୀତ କରିବା ପାପ  । ୨୦୦୦ରେ ରୋୟର ମୁସଲିମ୍ ଧର୍ମ ଗ୍ରହଣ କରିଥିବାବେଳେ ୨୦୦୪ରେ ଆମେରିକୀୟ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିଲା  । ତା’ନାମରେ ଆତଙ୍କୀ ଆକ୍ରମଣ ଭଳି ସଂଗୀନ ଅଭିଯୋଗ ବି ରହିଛି  । ଅଲକାଏଦା ଓ ଲସ୍କରକୁ ସେ ସହାୟତା ଯୋଗାଉଥିବା ନେଇ ବି ପ୍ରମାଣ ରହିଛି  । ଏମିତିକି ତାକୁ ୨୦ ବର୍ଷ ଜେଲ ଦଣ୍ଡ ମିଳିଥିବାବେଳେ ସେ ୧୩ ବର୍ଷ ଜେଲଦଣ୍ଡ ବି ଭୋଗିସାରିଛି  । ମୌସୁଦ ଖାନ, ୟଙ୍ଗ କି କ୍ୱନ, ମହମ୍ମଦ ଆଟିକ ଓ ଖ୍ୱାଜ ମହମ୍ମଦ ହସନ ଭଳି ଆତଙ୍କବାଦୀର ସେ ସହଯୋଗୀ ଥିବା ନେଇ ପୂର୍ବରୁ ସ୍ୱୀକାର କରିଥିଲ  ।