ଭୟାନକ ଅଗ୍ନିକାଣ୍ଡ : ୨୫ ଜୀବନ୍ତ ଦଗ୍ଧ
ଆଜି ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସର୍ଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୩୦ରୁ ଊଦ୍ଧ୍ୱର୍ ଲୋକ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇ ଠାରୁ ୪ଶହ କିଲୋମିଟର ଦୂର ସୋଲାପୁର ଜିଲ୍ଲାରେ ଥିବା ସେଣ୍ଟ୍ରାଲ୍ ଟେକ୍ସଷ୍ଟାଇଲ୍ ମିଲରେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୮ଜଣଙ୍କ ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ଜଣେ ଶିଶୁ ଅନ୍ତର୍ଭୁକ୍ତ । ରବିବାର ପ୍ରାୟ ୩.୪୫ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚô ନିଅାଁକୁ ଆୟତ୍ତ କରିଥିଲେ ।
ସେପଟେ ତେଲେଙ୍ଗାନାର ଚାରମିନାର ନିକଟସ୍ଥ ଗୁଲଜାର ହାଉସ୍ରେ ଥିବା ଏକ ପର୍ଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ୧୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ୧୫ ଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତରଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଫୋନ୍ ଯୋଗେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୧୬ରେ ଅଗ୍ନିକାଣ୍ଡ ହୋଇଥିଲା । ପର୍ଲ୍ ଦୋକାନରୁ ନିଅାଁ ଅନ୍ୟ ବାଣିଜି୍ୟକ ପ୍ରତିଷ୍ଠାନକୁ ବ୍ୟାପି ଯାଇଥିଲା । ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଦୋକାନରେ ଓ ପାଖରେ ଥିବା ଲୋକମାନେ ବାହାରକୁ ବାହାରି ପାରିନଥିଲେ । ଫଳରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଉଦ୍ଧାରକାରୀ ଦଳ କିନ୍ତୁ ୧୦ରୁ ୧୫ ଜଣଙ୍କୁ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି । ଅପରପକ୍ଷରେ ଅଗ୍ନିଶମ ବାହିନୀ ପ୍ରାୟ ୧ ଘଣ୍ଟା ବିଳମ୍ବରେ ପହଁଚିଥିବାବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ରୋକିବା ପାଇଁ ଆବଶ୍ୟକୀୟ ସାଧନ ନଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜି. କିସାନ ରେଡ୍ଡୀ କହିଛନ୍ତି । ଅଗ୍ନିକାଣ୍ଡର ଖବର ପାଇ ମନ୍ତ୍ରୀ, ସ୍ଥାନୀୟ ନେତା, ବିଭିନ୍ନ ଦଳର ବିଧାୟକମାନମାନେ ତୁରନ୍ତ ପହଁଚିଥିଲେ । ମୃତକଙ୍କ ମଧ୍ୟରେ ୮ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ହାମେୟର ବୟସ ୭ ବର୍ଷ । କିନ୍ତୁ ଅନ୍ୟ ସମସ୍ତଙ୍କ ବୟସ ୪ ବର୍ଷ ଭିତରେ ରହିଛି । ସେମାନେ ହେଲେ, ପ୍ରି୍ରୟାଂଶ (୪ ବର୍ଷ), ଇରାଜ (୨ ବର୍ଷ), ଆରୁଷି (୩ ବର୍ଷ), ଋଷଭ (୪ ବର୍ଷ), ପ୍ରଥମ (ଦେଢ଼ ବର୍ଷ), ଅନୁୟାନ (୩ ବର୍ଷ), ଇଡ଼ୁ (୪ ବର୍ଷ) । ଏଯାବତ୍ ମିଳିଥିବା ସୂଚନା ଅନୁଯାୟୀ, ଭୟାନକ ଅଗ୍ନିକାଣ୍ଡରେ ପ୍ରହଲ୍ଲାଦ, ମୁନି, ରାଜେନ୍ଦ୍ର ମୋଦି, ସୁମିତ୍ରା, ଅଭିଷେକ, ଶୀତଳ, ବର୍ଷା, ପଙ୍କଜ, ରଜନୀଙ୍କର ମୃତୁ୍ୟ ଘଟିଛି । ଉଦ୍ଧାର କାର୍ଯ୍ୟରେ ୧୧ ଅଗ୍ନିଶମ ଗାଡ଼ି, ଗୋଟିଏ ଫାୟାର ଫାଇଟିଂ ରୋବୋଟ, ୧୭ ଅଗ୍ନିଶମ ଅଧିକାରୀ, ୭୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ଥିଲେ ବୋଲି ତେଲେଙ୍ଗାନା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଗୁଲଜାର ହାଉସର ଏକ ଦୋମହଲା କୋଠାରେ ନିଅାଁ ଲାଗି ଯାଇଥିଲା । ପ୍ରଥମ ମହଲାରେ ନିଅାଁ ଲାଗି ତାହା ଦ୍ୱିତୀୟ ମହଲାକୁ ବ୍ୟାପ୍ତ ହୋଇଥିଲା । ପ୍ରଥମ ମହଲାରେ ୧୭ ଜଣ ଫସି ଯାଇଥିଲେ ।