ଟ୍ରମ୍ପଙ୍କ ପ୍ରସ୍ତାବକୁ ମୋଦିଙ୍କ ନା
ନୂଆଦିଲ୍ଲୀ: ଆମେରିକାକୁ ରୋକଠୋକ୍ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଧାସିଧା କହିଛନ୍ତି, କାଶ୍ମୀରକୁ ନେଇ ଆମେ କାହାର ମଧ୍ୟସ୍ଥତା ଚାହୁଁନାହୁଁ । ପାକ୍ ଆକ୍ରମଣ କଲେ କଡ଼ା ଜବାବ ଦେବୁ । ସେପଟେ ମୋଦିଙ୍କ ସହ ଭାନ୍ସ କଥା ହେବାପରେ ପାକିସ୍ତାନ ଆର୍ମି ମୁଖ୍ୟ ଅସୀମ ମୁନିର ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସହ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେଯେ, କାଶ୍ମୀରକୁ ନେଇ କାହାର ମଧ୍ୟସ୍ଥତା ଦରକାର ନାହିଁ । ଯଦି ପାକିସ୍ତାନ ଗୁଳି ନଚଳାଇବ, ତେବେ ଭାରତ ଚୁପ୍ ରହିବ । କିନ୍ତୁ ଆକ୍ରମଣ କଲେ ଭାରତ ଏହାର କଡ଼ା ଜବାବ ଦେବ । ପାକ୍ ସହ କେବଳ ତିନୋଟି ପ୍ରସଙ୍ଗରେ ହିଁ ଭାରତ କଥା ହେବାକୁ ପ୍ରସ୍ତୁତ ଅଛି । ପାକ୍ ଅଧିକୃତ କାଶ୍ମୀର, ବେଆଇନ୍ ଅଧିକୃତ ଅଞ୍ଚଳ ଓ ଆତଙ୍କବାଦୀଙ୍କୁ ହିଁ ଫେରାଇବାକୁ ଭାରତ ଆଲୋଚନା କରିବ ।
ସେହିପରି ପାକିସ୍ତାନ ପକ୍ଷରୁ ଉଭୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି ।
ଆଲୋଚନା କେବଳ ଡିଜିଏମଓସ୍ତରରେ ହିଁ ହେବ ବୋଲି ଭାରତ ସ୍ପଷ୍ଟ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ।
ପାକ୍ ଏହାକୁ ସ୍ୱାଗତ କରିଥିଲେବି ଭାରତ ଟ୍ରମ୍ଫଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛିଯେ, କାଶ୍ମୀର ନେଇ ଭାରତର ସ୍ପଷ୍ଟ ମତ ରହିଛି । କେବଳ ପିଓକେକୁ ଫେରାଇବା । ଏହାଛଡ଼ା ଅନ୍ୟ କିଛି କଥା ନାହିଁ । ଯଦି ସେମାନେ ଆତଙ୍କବାଦୀମାନଙ୍କୁ ଭାରତ ହାତକୁ ଦେବେ ତେବେ ଭାରତ କଥା ହୋଇପାରିବ । ଏହାଛଡ଼ା ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହେବନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ।