ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଓସ୍ତପୁର ଗ୍ରାମ ପଞ୍ଚାୟତଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବେ ଓ ଓୟୁଟିର ସଂପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ୫ ଶହରୁ ଉଦ୍ଧ୍ୱର୍ କୃଷକ ଭାଗ ନେଇ ଉନ୍ନତ କୃଷି ପ୍ରଣାଳୀର ବିଭିନ୍ନ ଦିଗ ଯଥା ପ୍ରାକୃତିକ କୃଷି, ଜଳବାୟୁ ଅନୁକୁଳ କୃଷି, କୃଷିରେ ଡ୍ରୋନର୍ ବ୍ୟବହାର ଇତ୍ୟାଦି ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡାର ବରିଷ୍ଟ ବୈଜ୍ଞାନିକ ଓ ମୁଖ୍ୟ ଡଃ. ଅରବିନ୍ଦ ଦାସ, କେନ୍ଦ୍ରୀୟ ମଧୁର ଜଳ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡଃ. ଜିତେନ୍ଦ୍ର ସୁନ୍ଦରରାୟ, ଜାତୀୟ କୃଷିଜିବୀ ମହିଳା ପ୍ରତିଷ୍ଠାନର ବୈଜ୍ଞାନିକା ଡଃ. ଅର୍ପିତା ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡାର ଉଦ୍ୟାନ କୃଷି ବୈଜ୍ଞାନିକ ଡଃ. ପ୍ରଭଞ୍ଜନ ମିଶ୍ର, କ୍ଷେତ୍ର ବିଜ୍ଞାନ ବିଭାଗର ବୈଜ୍ଞାନିକ ଡଃ. ତାପସ ରଞ୍ଜନ ସାହୁ ପ୍ରମୁଖ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ରରେ ଯୋଗଦେଇ କୃଷି କ୍ଷେତ୍ର ଉପଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ ଯଥା ଆତ୍ମାର ଉପପ୍ରକଳ୍ପ ନିଦେ୍ର୍ଦଶକ ନିରଞ୍ଜନ ରାଉତ, ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ବିନ୍ଦୁଶ୍ରୀ ବାଳା, ସହକାରୀ କୃଷି ଅଧିକାରୀ ପ୍ରିୟମ୍ବଦା ନାୟକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମଲ୍ଲିକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗଦେଇ ସରକାରଙ୍କର ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଭାଗର ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଓସ୍ତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ରାଉତ ସହାୟକ ହୋଇଥିଲେ ।