ଟ୍ରାକ୍ଟର ଧକ୍କାରେ ୨ ଗୁରୁତର
ବୁଗୁଡ଼ା : ବୁଗୁଡ଼ା-ବାଲିପଦର ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଟ୍ରାକ୍ଟର ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣା ପଡିଛି । ଆହତ ଦ୍ୱୟ ହେଲେ ଝୋଲୋରୀ ଗ୍ରାମର ସୁଶାନ୍ତ କୁମାର ସ୍ୱାଇଁ (୪୮) ଓ ଉମା ଚରଣ ସ୍ୱାଇଁ । ସୁଶାନ୍ତ ଓ ଉମା ଝୋଲୋରୀ ଗ୍ରାମରୁ ବାହାରି ବାଇକ ଯୋଗେ ବାଲିପଦର ଅଭିମୁଖେ ଯାଉଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ବାଲିପଦର ପଟୁ ଖରିଡା ଯାଉଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଟ୍ରାକ୍ଟର ଚକାରେ ହଳ କରିବା ପାଇଁ ଲାଗିଥିବା ଅତିରିକ୍ତ ଲଙ୍ଗଳ ଚକାଟି ବାଇକ ଦେହରେ ବାଜିବା ଫଳରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସୁଶାନ୍ତଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଓ ଉମାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି । ଉଭୟଙ୍କୁ ଲୋକେ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ତେବେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।