ଟ୍ରାଫିକ୍ ଜାମରେ ୧୫ ମିନିଟ ଫସିଲା ଆମ୍ବୁଲାନ୍ସ

ଭିଡ ଭିତରେ ୧୫ ମିନିଟ ଧରି ଫସି ରହିଲା ଆମ୍ବୁଲାନ୍ସ, ପ୍ରସବ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ  । ଭଦ୍ରକ ଚାନ୍ଦବାଲି ମତୋ ବଜାରରୁ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୨ ଜରୁରୀକାଳୀନ ଆମ୍ବୁଲାନ୍ସରେ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ଭିଡ଼ ମଧ୍ୟରେ ୧୫ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ । ଆମ୍ବୁଲାନ୍ସର ଆଗ, ପଛରେ ଏବଂ ସାଇଡରେ ଯିବାକୁ ମଧ୍ୟ କୌଣସି ରାସ୍ତା ନଥିଲା । ଫାଣ୍ଡି ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି , ଏହା  କେବଳ ଆଜିର ନୁହେଁ , ପ୍ରତ୍ୟେକ ଦିନ ଏଭଳି ସମସ୍ୟା ଉପଜୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ରାସ୍ତାଦେଇ ଯାଉଥିବା ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି ।