ଠାକୁର ଅଭିରାମ ପରମହଂସଙ୍କ ଭକ୍ତ ସମ୍ମିଳନୀ ଉଦ୍ୟାପିତ

ପ୍ରଭାନୁ୍ୟଜ : ଜାରକାସ୍ଥିତ ଜେମାଶୁଣୀ ମନ୍ଦିର ପରିସରରେ ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ୩ଦିନ ବ୍ୟାପୀ ଅନୁଷ୍ଠିତ ଭକ୍ତ ସମ୍ମିଳନୀର ବିଭିନ୍ନ ଦିବସରେ ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ନଗର ପରିକ୍ରମା, ଭଜନ କୀର୍ତ୍ତନ, ପ୍ରବଚନ, ପାଲା, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଜୁମର୍ ଓ ଲୀଳାଚରିତ ନାଟକ ଆଦି ପରିବେଷିତ ହୋଇଥିଲା । ମୁଖ୍ୟଧାମ କରମଳାର ବାବାଜୀ ହରେକୃଷ୍ଣ ଦାସ ମହାରାଜ ଭକ୍ତ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ବିଭିନ୍ନ ଦିବସରେ ଅତିଥି ଭାବେ ସାଧୁ ସଦାନନ୍ଦ ଦାସ ମହାରାଜ, ହରେକୃଷ୍ଣ ଦାସ, ନୀଳମଣି ଦାସ, ବନବିହାରୀ ଦାସ, ଦତତ୍ରୟ ଦାସ, ଦିବ୍ୟଚେତନ ଦାସ, ରାଧାରମଣ ଦାସ, ଜଗବନ୍ଧୁ ଦାସ, ଦିବାକର ଦାସ, ପ୍ରବଚକ ଭାବେ ବାବାଜୀ ବୁଦ୍ଧଦେବ ଦାସ ମହାରାଜ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ନିରଞ୍ଜନ ସାହୁ, ଜାତୀୟ ବିଜ୍ଞାନ ଗବେଷଣା ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ଡ. ଅଭୟ ନାୟକ ଓ ନିଖିଳ ଉକ୍ରଳ ପ୍ରବକ୍ତା ପରିଷଦର ସଭାପତି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଯୋଗଦେଇ ଠାକୁରଙ୍କ ଭାବାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ପାଲା ଗାୟକ ପ୍ରହ୍ଲାଦ ଆଚାର୍ଯ୍ୟ, ଗାୟିକା କଳ୍ପନା ନାୟକ, ସୁଲୋଚନା ପଣ୍ଡା, କଳ୍ପନା ନାୟକ ଓ ସାଥୀମାନେ ପାଲା ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ କ୍ଷୀରୋଦ ନାଥ, କୁଞ୍ଜବିହାରୀ ଜେନା, ଶିବ ପ୍ରସାଦ ବାରିକ, ସୁରେନ୍ଦ୍ର ଜେନା, ବିଷ୍ଣୁ ଚରଣ ସାହୁ, ନରେଶ ଚନ୍ଦ୍ର ମହାନ୍ତି, ମୋହନ ମହାନ୍ତି, ପ୍ରଦୀପ ପଣ୍ଡା, ପ୍ରଦୀପ୍ତ ବେହେରା, ରଙ୍ଗାଧର ମହାପାତ୍ର, ଶ୍ରୀବତ୍ସ ପାଢୀ, ସୁଶ୍ରୀ କଳ୍ପନା ପଣ୍ଡା, ଗାୟତ୍ରୀ ଦାସ, ସଂଜୀବନୀ ସୁଧା ସୂତାର, ଝୁନୁ ମା ଓ ପୂର୍ଣ୍ଣିମାପ୍ରଭା ଲେଙ୍କା ଭଜନ ପରିବେଷଣ କରିଥିଲେ । ନାଟ୍ୟକାର ଡ. ଭିକାରୀ ସାମଲଙ୍କ ରଚିତ ଓ ନିଦେ୍ର୍ଦଶନାରେ ଜାରକା ଭକ୍ତ ଗୋଷ୍ଠୀଙ୍କ ପକ୍ଷରୁ ଲୀଳା ନାଟକ ‘ଅଭିରାମ ନାମ ଗାଇ ଜୀବନ ଯାଉ’ ଓ ‘ଦିନେ ନ ଖୋଜିଲ ଦୀନବନ୍ଧୁ’ ମଂଚସ୍ଥ ହୋଇଥିଲା । ଆୟୋଜକ ଯାଜପୁର ଜିଲ୍ଲା ଶ୍ରୀ ଅଭିରାମ ଭକ୍ତ ସମିତିର ସମସ୍ତ କର୍ମକର୍ତା, ସଦସ୍ୟ ଓ ଭକ୍ତମାନେ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।