ଜମି ଜବରଦଖଲ ଉଚ୍ଛେଦ ଦାବି

 ରଗଡି: ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକ ସହଗାଁ ମୌଜାର ଖାତା ନଂ୨୮୦ପ୍ଲଟ ନଂ ୭୬ରୁ ୨୯୪ପତିତ ଆବଦଯୋଗ୍ୟ ଅନାବାଦି ଓ ଖାତା ନଂ ୨୮୨ପ୍ଲଟ ନଂ ୨ରୁ ୯୬୬ଏହା ରକ୍ଷିତ ଗ୍ରାମ୍ୟ ଜଙ୍ଗଲ ଅଟେ । ନିକଟବର୍ତୀ ମୌଜା ବ୍ରହ୍ମପୁର, କୟାଁ ଓ ପୂର୍ବକୋଟ ତେଲେଙ୍ଗା ବସ୍ତିର ତଥା ଅନ୍ୟ ଗ୍ରାମର କିଛି ଲୋକ ଉକ୍ତ ଜମି ଉପରେ ଜୋର ଜବରଦସ୍ତ ଘର କରିବା ସହ ଏହାକୁ ଚାଷ ଜମିରେ ପରିଣତକରିଛନ୍ତି । ଏନେଇ ସହଗାଁ ଗ୍ରାମବାସୀ ବ୍ୟାସନଗର ତହସିଲଦାରଙ୍କୁ ଭେଟି ସରକାରୀ ଜାଗାରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯିବାକୁ ଲିଖିତ ଭାବେ ଦାବି କରିଛନ୍ତି । ଗ୍ରାମବାସୀ ସେମାନଙ୍କୁ ଯେତେ କହିଲେ ମଧ୍ୟ ସେମାନେ ଉକ୍ତ ଜାଗାରୁ ହଟୁନଥିବା ଅଭିଯୋଗରେ ଦର୍ଶାଇଥିଲେ । ତଦନ୍ତ କରାଯାଇ ଆସନ୍ତା ୯୦ଦିନ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।