ବିଜେପିର ସଂକଳ୍ପ ସମାବେଶ, ଏଥର ବିଜେପି ସରକାର
ନିମାପଡ଼ା: ନିମାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରି ଅମିତ ଶାହା । ବିଜେପି ଜିତିଲେ ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଏଠି ଠିକାଦାର ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତେ ବାହାର ରାଜ୍ୟର । ସମସ୍ତ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ରାଜ୍ୟ ସରକାର ନିଜ ଯୋଜନା ବୋଲି ଡିଣ୍ଡିମ ପିଟୁଛନ୍ତି । ଏଣୁ ନିମାପଡ଼ାରେ ପ୍ରଭାତୀ ପରିଡା ଓ ଜଗତସିଂହପୁରରେ ବିଭୁପ୍ରସାଦ ତରାଇଙ୍କୁ ଡବଲ ପଦ୍ମ ଫୁଲରେ ବିଜୟ କରାଇବେ । ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶ୍ରୀ ଶାହା । ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ କହିଥିଲେ ଗୋଟେ ପଟେ ଜମି ମାଫିଆ ତଥା ସାରଥି ଭକ୍ତ । ଅପର ପକ୍ଷରେ ଜଣେ ଉଚ୍ଚ ଶିକ୍ଷିତା ଭଦ୍ର ମହିଳା ପ୍ରଭାତୀ ଅପା । ଏଣୁ ଆମେ ମାନେ ପ୍ରଭାତୀ ଅପାଙ୍କୁ ବହୁ ଭୋଟରେ ଜିତାଇବା । ଏହା ଆମର ସଂକଳ୍ପ । ହେଲିପାଡ ଠାରୁ ବାରବାଟୀ ପଡିଆ(୨) ସଭା ମଣ୍ଡପ ପର୍ଯ୍ୟନ୍ତ ଶ୍ରୀ ଶାହାଙ୍କୁ ପାଛୋଟି ଆଣିଥିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ବିଜେପି ରାଜ୍ୟ ମୁଖପାତ୍ର ସମୀର ରଞ୍ଜନ ଦାଶ । ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିର ·ରି ଦ୍ୱାର ଖୋଲା ହେବା ସହିତ ରତ୍ନଭଣ୍ଡାର ·ବି କେଉଁଠି ଅଛି ତାହାର ଖୁଲାସା କରାଯିବ । ଏଥିସହିତ ଓଡ଼ିଶାରେ ଶିଳ୍ପ ଓ କଳ କାରଖାନା କରାଯାଇ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଶା ଲୋକ ଆଉ ବାହରକୁ ଦାଦନ ଖଟିବାକୁ ଯିବେ ନାହିଁ ।ଏଥିସହିତ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର ଟଙ୍କା, ଭିନ୍ନକ୍ଷମ ଭତ୍ତା ୩୫ଶହ ଟଙ୍କା ହେବ ବୋଲି କହିଥିଲେ ଶ୍ରୀ ଶାହା । ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡା କହିଲେ ମୁଁ ଏହି ଅଞ୍ଚଳ ଝିଅ ଓ ଏହି ଅଞ୍ଚଳର ବୋହୂ । ମୋତେ ଆର୍ଶିବାଦ କଲେ ମୁଁ ଆପଣମାନଙ୍କର ପାଞ୍ଚ ବର୍ଷ ସେବା କରିବି । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଜେପି ଜିଲ୍ଲା ସଭାପତି ତଥା ପିପିଲି ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଓଝା, ନିମାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ନାୟକ, ଜିବନାନନ୍ଦ ମହାପାତ୍ର ଓ ସୁଧୀର ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।