ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳିତ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ପକ୍ଷରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଡିଏଫଓ ଅଭୟ କୁମାର ଦଳେଇଙ୍କ ସଭାପତିତ୍ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ହାତୀ ମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟତମ ଅତିଥୀ ଭାବେ ଜିଲା ପରିଷଦ ଉପାଧକ୍ଷ୍ୟ ସୋମନାଥ ଦାସ ଯୋଗ ଦେଇ ହାତୀ ଅଭୟରଣ୍ୟରେ ବସବାସ କରୁଥିବା ଜନ ସାଧାରଣଙ୍କ ବିସ୍ଥାପନକୁ ନେଇ ନିଜର କ୍ଷୋଭ ପ୍ରକାଶ କରିବା ସହିତ ବିସ୍ଥାପିତଙ୍କୁ ଟଙ୍କା ନଦେଇ ବରଂ କିଛି ଚାଷ ଜମି ଦେଲେ ସେମାନେ ଉପକୃତ ହୋଇ ପାରିବେ ବୋଲି ନିଜର ମତ ରଖିଥିଲେ । ଅନ୍ୟତମ ଅତିଥୀ ୩ ନମ୍ବର ଜିଲ୍ଲା ପରିଷଦ ଅସୀମା ମିଶ୍ର, ସଞ୍ଜୀବ କୁମାର ମଲ୍ଲିକ, ସାଗରିକା ସାହୁ, ବେଲବାହାଳି ସରପଞ୍ଚ ଦୀପ୍ତି ସାହୁ, ସାଂସଦ ପ୍ରତିନଧି ଟୁକୁନା ମହାନ୍ତ, ଶିବନାଥ ଚକ୍ର, ଜ୍ଞାନରଞ୍ଜନ ସାମନ୍ତ ସିଂହାର ଏବଂ ଅଶୋକ ବେହେରା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ନିଜସ୍ୱ ମତ ରଖିଥିଲେ । ଏହି ପରିପେକ୍ଷୀରେ ଆଗାମୀ ୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହସ୍ତୀ ଏବଂ ଜଙ୍ଗଲ ଜାତୀୟ ପଶୁ ମାନଙ୍କ ସୁରକ୍ଷା ନିମିତ ଦୁଇ ଗୋଟି ସଚେତନତା ରଥ ପରିଭ୍ରମଣ କରିବାକୁ ଥିବା ବେଳେ ଏହାକୁ ଅତିଥୀ ଉଦ୍ଘାଟନ ଲାରିଥିଲେ । ଏସିଏଫ ଉମାକାନ୍ତ ଦାଶ, ଅଶୋକ କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରେଞ୍ଜର ନବ ନାଏକ, ମାର୍ଶାଲ କିସ୍କୁ, ପ୍ରିୟ ଦର୍ଶିନୀ ସାହୁ, ଫରେଷ୍ଟର ମଳୟ କୁମାର ସାହୁ,କେଦାର ପାତ୍ର, ନିରୁପମା ମିଶ୍ର, ମଧୁସୂଦନ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।