ସୋନୁ ସୁଦ୍ ଓ କ୍ରିକେଟର ୟୁବରାଜ ସିଂଙ୍କୁ ଇଡି ସମନ

ଅଡୁଆରେ କ୍ରିକେଟର୍ ୟୁବରାଜ ସିଂ । ଅଭିନେତା ସୋନୁ ସୁଦ୍ ଓ କ୍ରିକେଟର ୟୁବରାଜ ସିଂଙ୍କୁ ଇଡି ସମନ ଜାରି କରିଛି । କ୍ରିକେଟ୍ ଖେଳାଳୀ ରବିନ୍ ଉତ୍ଥାପାଙ୍କୁ ମଧ୍ୟ ଇଡିର ସମନ ଜାରି । ଏମାନଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ସମନ୍ ପଠାଇଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଆସନ୍ତା ୨୨, ୨୩ ଓ ୨୪ ତାରିଖରେ ହାଜର ହେବାକୁ ନିଦେ୍ର୍ଦଶ ଦିଆଯାଇଛି ।