ଆହତ ଦନ୍ତା ହାତୀର ମୃତୁ୍ୟ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲର କୋଳିମାଟି ନିକଟସ୍ଥ ନୂଆପଡା ନିକଟରେ ଗତ ଶୁକ୍ରବାର ଦିନ ଏକ ଆହତ ଦନ୍ତା ହାତୀ ଠାବ ହୋଇଥିଲା । ଏହାପରେ ହାତୀଟି କୋଳିମାଟି ପଞ୍ଚାୟତ କନ୍ତୋ ନିକଟସ୍ଥ ମୂଷଳ ନାଳକୁ ପଳାଇଥିଲା । ଶନିବାର ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବପର ହୋଇନଥିଲା । ରବିବାର ସକାଳେ ମୂଷଳ ନାଳରୁ ବାହାରିବା ପରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିସôା କରାଯାଇଥିଲା । ସୋମବାର ସକାଳେ ହାତୀର ମୃତୁ୍ୟ ହୋଇଛି । ହାତୀର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ବାମ ପାଶ୍ୱର୍ ପେଟରେ ଗଭିର କ୍ଷତ ରହିଥିଲା । ତେବେ ହାତୀର ଶୀକାର ଦାନ୍ତ ଉଦେ୍ଦଶ୍ୟରେ କରାଯାଇଥିବା ସନେ୍ଦହ କରାଯାଉଛି । ଦୀର୍ଘ ୧୫ ଦିନରୁ ଉଦ୍ଧ୍ୱର୍ ହେବ ହାତୀକୁ ଶିକାରୀମାନେ ଘଞ୍ଚ ଜଙ୍ଗଲରେ ତୀର ମାରିଥିଲେ ମଧ୍ୟ ବନ ବିଭାଗ ସୂଚନା ପାଇପାରିନଥିଲା । ହାତୀର ବିଳମ୍ବିତ ଚିକିସôା ଏବଂ ଏସ୍ଓପି ଅନୁଯାୟୀ ଚିକିସôା କରାଯାଇନଥିବାରୁ ହାତୀର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଆର୍ସିସିଏଫ୍ ରାଉଲକେଲା ପି. ରାମାସାମୀ କହିଛନ୍ତି ହାତୀର ଦେହରେ କ୍ଷତ ହୋଇଥିଲା । ଆଜି ତାକୁ ଟ୍ରାଙ୍କୁଲାଇଜ କରି ଚିକିସôା କରାଯାଉଥିବାବେଳେ ହାତୀର ମୃତୁ୍ୟ ହୋଇଛି । ଦନ୍ତାହାତୀର ମୃତୁ୍ୟ ପରେ ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍ଓଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି ।