ମା’ ବିରଜାଙ୍କ ଷୋଡ଼ଶ ଦିବସ ପୂଜା ଆରମ୍ଭ
ବ୍ୟାସନଗର : ପୌର ପରିଷଦ ଅନ୍ତର୍ଗତ ବିରଜା ନଗର ସ୍ଥିତ ମା’ ବିରଜାଙ୍କର ଶୋଡ଼ଶ ଦିବସୀୟ ପୂଜା ଆରମ୍ଭ ହୋଇଛି । ମନ୍ଦିର କମିଟି ତତ୍ତ୍ୱାବଧାନରେ କୀର୍ତ୍ତନ ମଣ୍ଡଳୀ ସହ ବହୁଭକ୍ତ କଳସ ଶୋଭାଯାତ୍ରା ଧରି ଧବଳ ଗିରି ଛକ ନିକଟ ପଞ୍ଚମୁଖି ହନୁମାନ ମନ୍ଦିର ନିକଟ ପୁଷ୍କରିଣୀରେ କଳସ ପୂଜା କରି ଘଟ ଆଣି ମନ୍ଦିରରେ ସ୍ଥାପନ କରିଥିଲେ । ପୂଜା ୧୬ଦିନ ଧରି ପାଳନ ହେବ । ମା’ଙ୍କ ମନ୍ଦିରରେ ଦଶହରା ଓ ଅପରାଜିତା ପୁଜା ପୂର୍ବକ ସମାପ୍ତ ହେବ ବୋଲି କମିଟିର ସଭାପତି ନିତ୍ୟାନନ୍ଦ ମହାଳିକ ସୂଚନା ଦେଇଛନ୍ତି । କଳସ ବୁଡ଼ା କାର୍ଯ୍ୟ କ୍ରମରେ ମନ୍ଦିର ପୂଜକ କୈଳାସ ଚନ୍ଦ୍ର ଦାସ, ଗୌରାଙ୍ଗ ଚରଣ ଦାସ, ମାନସ ଚନ୍ଦ୍ର ଦାସ, କମିଟି ର ବରିଷ୍ଟ ଉପଦଷ୍ଟା ବିଜୟ ବରାଳ, ଚନ୍ଦ୍ରମଣି ସାମଲ, ନିରଞ୍ଜନ ବିଶ୍ୱାଳ, ନୀତି ସଂଜୋଯୋକ ବିର କିଶୋର ସାହୁ, ଉପସଭାପତି ଶ୍ରୀକାନ୍ତ କୁମାରପାଢ଼ୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ କାମଦେବ ଦାସ, ସୁରେନ୍ଦ୍ର ନାୟକ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କେଷାଧକ୍ଷ ରମେଶ ଚନ୍ଦ୍ର କାଣ୍ଡି, ଭାଗ୍ୟଧର ମହାରଣା, ପ୍ରକାଶ କୁମାର ସାହୁ, ଶ୍ରୀମନ୍ତ କୁମାର ସାହୁ, ବିମାନ ଆଇଚ୍ଚ, ଦିଲ୍ଲୀପ କୁମାର ମହାନ୍ତି, ଶ୍ରୀକାନ୍ତ ମହାକୁଡ଼, ଦିବ୍ୟାଂଶୁ ମହାନ୍ତି, କୃଷ୍ଣ ଚନ୍ଦ୍ର କାଣ୍ଡି, ବିଷ୍ଣୁଚରଣ ପଟ୍ଟନାୟକ, ରଶ୍ମିରଞ୍ଜନ ମଲ୍ଲିକ ଅନେକ ଭକ୍ତ ଯୋଗ ଦେଇଥିଲେ ।