କୃଷି ଯନ୍ତ୍ରପାତି ମେଳା ନେଇ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା ନୀଳଗିରି: କୃଷି ଓ କୃଷକ ସଶକ୍ତିକରଣ ଲକ୍ଷ୍ୟରେ ନୀଳଗିରି ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସ୍ଥାନୀୟ କୃଷି ଜିଲ୍ଲାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କୃଷିମେଳାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କୃଷି ଜିଲ୍ଲା ଅଧିକାରୀ ସୁମନ୍ତ କୁମାର ନାୟକ ଅନୁରୋଧ କରିବା ସହିତ ମେଳା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ୧୮ରୁ ୨୦ତାରିଖ ତିନିଦିନ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ ହେବାକୁ ଥିବା ମେଳାରେ ୨୦ଗୋଟି ଷ୍ଟଲ୍ ବସିବାର ନିଷ୍ପତ୍ତି ନିଆଯାଇଥିବାବେଳେ ବିଭିନ୍ନ ବିଭାଗ ଯଥା -ମତ୍ସ୍ୟ, ପଶୁସମ୍ପଦ, କୃଷି ଓ ଉଦ୍ୟାନବିଭାଗ, ଓରମାସ, ଆଇଟିଡିଏ, ନାବାର୍ଡ, ଆଇସିଡିଏସ, ମେଡିକାଲ ଏବଂ ଆଧୁନିକ କୃଷିଯନ୍ତ୍ରପାତି ଉତ୍ପାଦକ ଏଜେନ୍ସିର କର୍ମକର୍ତ୍ତା ବିଭିନ୍ନ ଯୋଜନା ଏହି ଷ୍ଟଲ୍ରେ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉଭୟ ନୀଳଗିରି ଓ ଔପଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର କୃଷକ ମାନଙ୍କୁ ସଚେତନ ଏବଂ କୃଷି ପରାମର୍ଶ ଦେବା ସହ କୃଷି, କୃଷକ ଏବଂ ଯନ୍ତ୍ରପାତି ଅଭିଜ୍ଞ ବୈଷୟିକ ବିଶେଷଜ୍ଞ ଏବଂ କୃଷି ବିଶେଷଜ୍ଞ ଯୋଗଦେଇ ସେମିନାର କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି । ଏଥିସହିତ ପ୍ରତି ପଞ୍ଚାୟତରୁ ଜଣେ ଲେଖାଏଁ କୃଷକମାନଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ପ୍ରତିନିଧି କୃତିବାସ ବେହେରା, ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଉଦ୍ୟାନବିଭାଗ ସହକାରୀ ଉପ ନିଦେ୍ର୍ଦଶକ ଗୋପୀନାଥ କର, ଉଭୟ ନୀଳଗିରି ଓ ଔପଦା ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ, କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବ୍ଲକ୍ କୃଷିଅଧିକାରିଣୀ ମିତାଲି ନାୟକ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।