ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

 ବିଶୋଇ  : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଡାକ ବଙ୍ଗଳା ଠାରେ ବିଶୋଇ ବିଜେପି ପକ୍ଷରୁ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ହୋଇଯାଇଛି । ଏଥିରେ ଅତିଥିମାନେ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ପରେ ସଭା ଆରମ୍ଭ ହୋଇଥିଲା ।  ଏଥିରେ ଅତିଥି ଭାବେ ଆଇନଜୀବୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ଡା. ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ବର୍ତ୍ତମାନର ଯୁବପୀଢ଼ିଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବା କରିବାକୁ ଆହ୍ୱାନ ଦେଇଥିଲେ । ବିଜେପି ପଶ୍ଚିମ ମୟୁରଭଞ୍ଜ ସଭାପତି ଝୁରିଲାଲ୍ ମହାନ୍ତି ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିଥିଲେ । ବିଶୋଇ ମଣ୍ଡଳ ସଭାପତି ବନମାଳି ଗିରି ସଭା ପରିଚାଳନା କରିଥିବାବେଳେ ପୂୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ, ସମିତି ସଭ୍ୟ ଦିଲ୍ଲୀପ ଗିରି, ଆନନ୍ଦ ରାମ, ମଣଦା ମଣ୍ଡଳ ସଭାପତି ପ୍ରଭାତ ରଞ୍ଜନ ଗିରି, ଦୁର୍ଗା ପ୍ରସାଦ, ଶୁଭାଶିଷ ବେହେରା, ତପନ ମହାନ୍ତି, ଚେତନ୍ ପୂର୍ତ୍ତି, ମହେନ୍ଦ୍ର ମୁର୍ମୁ, ଲୋକନାଥ ପାତ୍ର, ଗଣେଶ୍ୱର ପାତ୍ର, ବାଲାଇ ସୋରେନ, ଜିତ୍ ମୋହନ ଗିରି, ଶୋଷଧର ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
ତାଳଚେର : ଭାରତୀୟ ଜନସଂଘର ସଂସ୍ଥାପକ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ତାଳଚେର ଦେଉଳବେଡା ଠାରେ ମଣ୍ଡଳ ସଭାପତି ରାଜେଶ ଦଳେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଶ୍ୟାମାପ୍ରସାଦଙ୍କର ଜୀବନୀ ନୀତି ଆଦର୍ଶ ଓ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାଂସଦ ଶ୍ରୀ ପାଣି ପରାମର୍ଶ ଦେଇଥିଲେ । ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କର ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବ୍ରାହ୍ମଣୀ ମଣ୍ଡଳ ସଭାପତି ଅଜୟ ସାହୁ, ପ୍ରାକ୍ତନ ରେଳ ମଣ୍ଡଳ ସଭାପତି ବରୁଣ ସାହୁ, ସରପଞ୍ଚ ନରେଶ ଚନ୍ଦ୍ର ବେହେରା, ଖଇରା ପ୍ରଧାନ, ଜିତେନ୍ଦ୍ର ଦାସ, ସ୍ୱାଧୀନ ଥମ୍ବ, ସୁନୀଲ ପଟ୍ଟନାୟକ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ପୂର୍ଣଚନ୍ଦ୍ର ବେହେରା, ପଦ୍ମନ ଜେନା, ଶିବ ନାଏକ, କ୍ଷେତ୍ରବାସୀ ନାଏକ, ବିଜୟ ନାଏକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
 ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ କହିଥିଲେ ଯେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ମୃତି ଦିବସକୁ ବିଜେପି ବଳିଦାନ ଦିବସ ଭାବେ ପାଳିତ ହୋଇଆସୁଛି । ସେ କେବଳ ଜଣେ ବିଚକ୍ଷଣ ରାଜନୈତିକ ବ୍ୟକ୍ତିବିଶେଷ ନଥିଲେ ସେ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ସମାଜ ସୁଧାରକ, ଭବିଷ୍ୟ ଦ୍ରଷ୍ଟା ଏବଂ ବାଗ୍ମୀ ଥିଲେ । ସଭାରେ ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜୀବନ ପ୍ରଦୀପ ଦାଶ, କାର୍ଯ୍ୟକ୍ରମର ଜିଲ୍ଲା ସହ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ଶୋଭନା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଜୀବନୀ ଓ ଆଦର୍ଶ, ରାଜନୈତିକ ବିଚାର ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହସଂଯୋଜକ ରଞ୍ଜିତ ପୃଷ୍ଟି, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର ସହଯୋଗ କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ