ଯୁବ ଛାତ୍ର ବିଜେଡି ପକ୍ଷରୁ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର

 ପାଣିକୋଇଲି : ଯାଜପୁର ଜିଲ୍ଲା ଯୁବ ଛାତ୍ର ବିଜେଡି ପକ୍ଷରୁ ବିପର୍ଯ୍ୟନ୍ତ ଆଇନଶୃଂଖଳା ବିପର୍ଯ୍ୟସ୍ତ ନେଇ ସରକାରଙ୍କ ବିରୁଦ୍ଧରେ ଡିଜିଙ୍କ ଉଦେ୍ଦଶ୍ୟରେ ଏସପିଙ୍କୁଦାବିପତ୍ର ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରୁ ଯୁବ ଛାତ୍ର ପାଣିକୋଇଲି ବଜାରାରେ ଏକାଠି ହେବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଡବଲ ଇଂଜିନ ସରକାରରେ ଆଉ ମହିଳାମାନେ ସୁରକ୍ଷôତ ନଥିବା ବେଳେ ସରକାର କୌଣସି ପଦକ୍ଷେପ ନନେଲେ ବିଜୁ ଜନତା ଦଳର ଯୁବ ଛାତ୍ର ଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଅପାରଗ ମୋହନ ସରକାର ତୁରନ୍ତ ଗାଦି ଛାଡିବାକୁ ଅହ୍ୱାନ ଦେବା ସହ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏକ ଶୋଭାଯାତ୍ର ପାଣିକୋଇଲିସ୍ଥିତ ଜିଲ୍ଲା ମୁଖ୍ୟାଳୟରେ ନିକଟରେ ପହଁଚିଥିଲା । ଯୁବନେତା ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ସୌମ୍ୟ ରଜନ ବିଶ୍ୱାଳ, ପ୍ରତାପ ମହାନ୍ତି, କ୍ଷôତିଶ ବିଶ୍ୱାଳ, ଗଣେଶ୍ୱର ବିରାଳ, ଲେଲିନ ଦାସ, ଚିତରଂଜନ ବେହେରା, ଚନ୍ଦ୍ରଶେଖର ସାମଲ, ଦେବୀ ପ୍ରସାଦ ମହାନ୍ତି, ବ୍ୟାସଦେବ ରାଉତ ପ୍ରମୁଖ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କୁ ଭେଟି ଡିଜିଙ୍କ ଉଦେ୍ଦ୍ୟଶରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପ୍ରଶାନ୍ତ ପଣ୍ଡା, ପ୍ରଫୁଲ୍ଲ ଦାସ, ଭକ୍ତବସôଳ ସ୍ୱାଇଁ, ତାରକେଶ୍ୱର ମହାନ୍ତି, ରାକେଶ ମହାନ୍ତି, ମୁଜବିର ରହେମାନ, ସ୍ୱପ୍ନାନନ୍ଦ ଦାସଙ୍କ ସମେତ ସହସ୍ରାଧିକ ଯୁବ ଛାତ୍ରନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।