ଚର୍ଚ୍ଚାରେ ଯାତ୍ରା ଧଉଳିର ଧଳା ଘୋଡା
ଦାନଗଦୀ : ଆଧୁନିକ ଯାତ୍ରାରେ ସମ୍ପ୍ରତି ପୌରାଣିକ ଓ ଐତିହାସିକ ନାଟକ ଦେଖିବା ପାଇଁ ମିଳିବ । ଚଳିତ ବର୍ଷ ଧଉଳି ଗଣନାଟ୍ୟ ତାର ଆଖଡ଼ା ପୂଜା କଳିଙ୍ଗନଗର ସ୍ଥିତ ବଙ୍ଗଳା ଛକରେ ଆରମ୍ଭ କରିଛି । ଏବର୍ଷ ଯାତ୍ରା ଜଗତର ମଞ୍ଚରେ ଦର୍ଶକ ପ୍ରଥମଥର ଘୋଡା ଦେଖିବାକୁ ପାଇବେ । ଆଜିକାଲି ସର୍କସ ଧୀରେ ଧୀରେ ବନ୍ଦ ହୋଇଗଲାଣି । ଏହି ଯାତ୍ରା ଧଉଳିରେ ଧଳା ଘୋଡା ଏବେ ସବୁଆଡେ ଚର୍ଚ୍ଚାରେଅଛି । ନାଟ୍ୟକାର ହର ବାରିକଙ୍କ ରଚନା ଓ ନିର୍ଦେଶନାରେ ଓଡ଼ିଆ ଅସ୍ମିତା ଓ ହଜି ଯାଉଥିବା କାହାଣୀ ଭାବେ ଚଣ୍ଡାଶୋକ ନାଟକରେ ଯେପରି କଳିଙ୍ଗର ଅଶୋକ ସମ୍ରାଟ ଘୋଡା ଚଢ଼ୁଥିଲେ । ସେ ଦୃଶ୍ୟ ଥିବାରୁ ଏକ ଧଳା ଘୋଡା ଯାତ୍ରା ଧଉଳିରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଆଉ ଏକ ନୂଆ ନାଟକ କଳା ସାମନ୍ତେ ହୋ ଅଛ କେମନ୍ତେ ଏକ ନୂଆ ନାଟକ ଯାତ୍ରା ଧଉଳି ପରିବେଷଣ କରିବ । ଚଳିତ ବର୍ଷ ଜଲିଉଡର ନାମିଦାମୀ କଳାକାର ଖଳ ନାୟକ ଲକ୍ଷ୍ମୀଧର ନାୟକ, ନାୟକ ରୁଦ୍ର ମିଶ୍ର, ନାୟିକା ସ୍ମରଣିକା,ଆକାଶ ନନ୍ଦ, ଜିତ ଶାହା, ସତ୍ୟ, ଚରିତ୍ର ଅଭିନେତା କୈଳାଶ,ଜଗା ପଲେଇ, ଦେବୀ ମଣ୍ଡଳ, ରୋଜି, ଜୟନ୍ତୀ,ଓମ କ୍ରିଷ୍ଣା, ସଂଗୀତରେ ମାନସ, ଆଶିଷ, ନୃତ୍ୟରେ ଅଚୁ୍ୟତ ପ୍ରମୁଖ ଅଭିନୟ କରିବେ ବୋଲି ପ୍ରଯୋଜକ ବିଶ୍ୱଜିତ ରାଜଙ୍କ ଠାରୁ ଜଣାପଡିଛି । ଚଳିତ ବର୍ଷ ନିଶ୍ଚିତ ଚଣ୍ଡାଶୋକ ନାଟକଟି ସବୁଦର୍ଶକଙ୍କ ହୃଦୟକୁ ଛୁଇଁବ ଓ ପୁଣି ଲୋକମାନେ ଭଲ ନାଟକ ଦେଖିବେ ଓ ଶତପ୍ରତିଶତ ଜନାଦୃତ ନିଶ୍ଚିତ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।