ଡାକ୍ତର ପ୍ରଧାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ପାରାଦୀପ : ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଭାରତୀୟ ଜନତା ଦଳର ପୂର୍ବତନ ରାଜ୍ୟ ସଭାପତି, କାର୍ଯ୍ୟକର୍ତ୍ତାମାନଙ୍କ ମାର୍ଗଦର୍ଶକ, ପ୍ରେରଣାର ଉତ୍ସ ୰ଡ.ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ପରିପ୍ରେକ୍ଷୀରେ ସ୍ଥାନୀୟ ଜୟଦେବ ସଦନ ପ୍ରେକ୍ଷାଳୟରେ ଅଟ୍ଟଳ ମେମୋରିଆଲ ଟ୍ରଷ୍ଟ, ପାରାଦୀପ ପକ୍ଷରୁ ସୋମବାର ପୂର୍ବାହ୍ନରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଶିଳ୍ପମନ୍ତ୍ରୀଙ୍କ ପାରାଦୀପ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାର ମୂଖ୍ୟ ଆକର୍ଷଣ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ୰ ପ୍ରଧାନଙ୍କ ତୈଳ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ବକ୍ତବ୍ୟରେ କହିଲେ ରାଜ୍ୟରେ ଆଜି ଯଦି ବିଜେପି କ୍ଷମତାରେ ଆସିବା ପଛରେ ୰ଦେବେନ୍ଦ୍ର ପ୍ରଧାନଙ୍କ ଅବଦାନ ଥିଲା । ଏଭଳି ଦିବ୍ୟଦ୍ରଷ୍ଟା, ଅନୁଭବୀ ନେତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଆଜିର ଯୁବପିଢ଼ୀ ତାଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ନିସ୍ୱାର୍ଥପର ଭାବେ ସମାଜସେବାରେ ନିଜକୁ ସାମିଲ କରି ପାରିଲେ ୰ଡ.ପ୍ରଧାନଙ୍କ ଅମର ଆତ୍ମା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମତପୋଷଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଟ୍ରଷ୍ଟ ତଥା ଜଗତସିଂହପୁର ଜିଲ୍ଲାର ବିଜେପି ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, ପାରାଦୀପ ପୌର ପାଳିକାର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପୂର୍ବତନ ଜିଲ୍ଲା ସଭାପତି ଉପେନ୍ଦ୍ର ନାଥ ବିଶ୍ୱାଳ, ପୂର୍ବତନ ଟ୍ରଷ୍ଟି ତଥା ବିଜେପିର ପୂର୍ବତନ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜୟ ଦାସ, ପାରାଦୀପ ମଣ୍ଡଳ ବିଜେପିର ସଭାପତି ତଥା ପୌର ପାରିଷଦ ସୁବ୍ରତ ପ୍ରଧାନ, ରବିନ୍ଦ୍ର ଦାସ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ରାଜ କିଶୋର ବେହେରା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପାଇଟାଳ ଗୁରୁଜୀ, ପ୍ରସନ୍ନ ଗୁରୁଜୀଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଓ ସଚେତନ ବୁଦ୍ଧିଜୀବୀ ୰ଡ.ଦେବେନ୍ଦ୍ରଙ୍କ ଜୀବନ ଚର୍ଯ୍ୟା ଓ ସମାଜସେବା ସମ୍ପର୍କରେ ନିଜ ନିଜର ମତ ପୋଷଣ କରିଥିଲେ । ଅଟ୍ଟଳ ମେମୋରିଆଲ ଟ୍ରଷ୍ଟ, ପାରାଦୀପ ଓ ପାରାଦୀପ ମଣ୍ଡଳ ବିଜେପିର କାର୍ଯ୍ୟକର୍ତ୍ତାମାନେ ଆଜିର ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।