ପୁଣି ଓଡ଼ିଶା ଆସିବେ ରାହୁଲ୍

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ କଂଗ୍ରେସ ଏବେ ଓଡ଼ିଶା ଉପରେ ଫୋକସ କରିଛି  । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି  । ଏହି ଅବସରରେ ଶୋଭାଯାତ୍ରା ଓ ବିଶାଳ ସମାବେଶର କାର୍ଯ୍ୟକ୍ରମ ରହିଛି  ।