ବାର ଆସୋସିଏସନ୍ର ଜିଲ୍ଲାସ୍ତରୀୟ କର୍ମଶାଳା 

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ ଅନୁଗୁଳ ବାର ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭିଜିଲାନ୍ସ ସ୍ପେଶାଲ ଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟବକ୍ତା ଡକ୍ଟର ସୁଜିତ କୁମାର ପୃସେଠଙ୍କ ସହ ନ୍ୟାୟାଧୀଶ ରଞ୍ଜିତା ପାଟଯୋଶୀ, ନ୍ୟାୟାଧୀଶ ସୌମ୍ୟ ଶୁଭଦର୍ଶିନୀ ପ୍ରମୁଖଙ୍କ ସମେତ ଅଧିବକ୍ତା ପରମାନନ୍ଦ ମିଶ୍ର, ଅଧିବକ୍ତା ପ୍ରଦୀପ କୁମାର ଦାସଙ୍କ ସହ ଅନୁଗୁଳ ଜିଲ୍ଲାର ସମସ୍ତ ବରିଷ୍ଠ, ଯୁବ ଆଇନଜୀବୀଗଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ ଅଧିନିୟମ - ୨୦୨୩ ବିଷୟରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ । ଏଥିସହ ବରିଷ୍ଠ ଅଧିବକ୍ତା ପ୍ରମୋଦ କୁମାର ପ୍ରଧାନ, ସୁବାଷ ସାହୁ, ମହେନ୍ଦ୍ର କୁମାର ବସ୍ତିଆ ପ୍ରମୁଖ ମଞ୍ଚ ଉପରେ ନୂତନ ଆଇନ ସମ୍ପର୍କରେ ନିଜର ଅଭିମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଆଇନ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଅଧିବକ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ବାର ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ଧ୍ରୁବଚରଣ ସାହୁ, ଉପସଭାପତି ଶିବାଶିଷ କର, ସହ ସମ୍ପାଦକ ପ୍ରଦୀପ କୁମାର ଭୁତିଆ, କୋସାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ବିନୋଦ ବିହାରୀ ପ୍ରଧାନଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଏବଂ ଆଇନଜୀବୀ ପ୍ରମୁଖ ସହଯୋଗ କରିଥିଲେ । କର୍ମଶାଳା ଶେଷରେ ସମ୍ପାଦକ ଧ୍ରୁବଚରଣ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।